Home ଜିଲ୍ଲା ପରିକ୍ରମା ୧୧୮ ବର୍ଷରେ ପହଂଚିଲା ଭବାନୀବିନ୍ଧା ବାବା ଗଣେଶଙ୍କ ପୂଜା

୧୧୮ ବର୍ଷରେ ପହଂଚିଲା ଭବାନୀବିନ୍ଧା ବାବା ଗଣେଶଙ୍କ ପୂଜା

7

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୦୭ ମସିହାରୁ ସମ୍ପୂର୍ଣ ରୀତି ନୀତି ରେ ଆରମ୍ଭ ହୋଇଥିବା ବାବା ଗଣେଶ ଙ୍କ ଦଶ ଦିବସୀୟ ପୂଜାର୍ଚ୍ଚନା ଚଳିତ ବର୍ଷ ମଧ୍ୟ ବାବା ଗଣପତି ଙ୍କ ମଣ୍ଡପରେ ମହା ଆଡମ୍ବର ରେ ଚାଲିଛି । ଭଦ୍ରକ ଇଚ୍ଛାପୁର ଭବାନୀବିନ୍ଧା ଗଣେଶ ପୂଜା କମିଟି ପକ୍ଷରୁ ଦଶ ଦିନ ଧରି ପୂଜାର୍ଚନା ସହିତ ସକାଳ ସନ୍ଧ୍ୟା ରେ ବହୁ ଭକ୍ତ ଙ୍କ ସମାଗମ ରେ ମହା ଆଳତୀ ପରିବେଶ କୁ ସମ୍ପୂର୍ଣ ଆଧ୍ୟାତ୍ମିକ ଭାବାବେଗ ରେ ବାନ୍ଧି ଦେଇଥାଏ । ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଧାର୍ମିକ ପ୍ରବଚନ ସହିତ ସଂସ୍କୃତି ଭିତିକ ପିଲା ଙ୍କ ନୃତ୍ୟ ସଂଗୀତ ବେଶ ମନୋରମ ହୋଇଥାଏ । ପ୍ରତ୍ୟେକ ଦିନ ପ୍ରସାଦ ଭୋଗ ଅନ୍ନ ମଧ୍ୟ ବଂଟନ କରାଯାଇଥାଏ । ଆଖ ପାଖ ଅଂଚଳରୁ ଭକ୍ତ ଙ୍କ ର ଭିଡ଼ ଭସାଣି ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ । ଏହି ପରିପ୍ରେକ୍ଷୀରେ ଆଜି ଏକ ସାଧାରଣ ସାଂସ୍କୃତିକ ସଭା ଅବସର ଶିକ୍ଷାବିତ ଶ୍ରୀଧର ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କମିଟି ର ଉପଦେଷ୍ଟା ହେମନ୍ତ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଂଘ ସଭାପତି ଜ୍ଞାନ ପ୍ରକାଶ ପାଣି, ଯୁବ ନେତା କାଳିଆ ପଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅନୁଷ୍ଠାନ ଆମ ଧର୍ମ ସଂସ୍କୃତି ତଥା ଆମ ସମାଜ ପାଇଁ ଏକ ଉଦାହରଣ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ମଂଚ ରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କମିଟି ସଭାପତି ଗଦାଧର ଖମୁରାଇ ସମ୍ପାଦକ, ସମ୍ପାଦକ ସିଲୁ ସାହୁ, ଉପ ସଭାପତି ଜ୍ଞାନ ରଞ୍ଜନ ପାଢ଼ୀ ପ୍ରମୁଖ ସମସ୍ତ କର୍ମକର୍ତା ଙ୍କୁ ଏଭଳି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ । ସେହିପରି କମିଟି ର କର୍ମକର୍ତା ଟୁନା ମହାନ୍ତି, ସୁକାନ୍ତ ଖାମୁରାଇ, ଚଗୁଲୁ ପାଳ, ଗୋବିନ୍ଦ ଖାମୁରାଇ, ଟୁନା ଖାମୁରାଇ, ଦୁର୍ଗା ଜେନା, ଭବାନୀ ଜେନା ପ୍ରମୁଖ ସମସ୍ତ ପୂଜା ସହିତ ସଭା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.