Home ଜିଲ୍ଲା ପରିକ୍ରମା ୧୧କେଭି ତାର ଛିଡି ଯିବାରୁ ସଂପୂର୍ଣ୍ଣ ଜଳିଗଲେ ଚାଷୀ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

୧୧କେଭି ତାର ଛିଡି ଯିବାରୁ ସଂପୂର୍ଣ୍ଣ ଜଳିଗଲେ ଚାଷୀ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

5

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଚାଷୀଙ୍କ ଧାନ କ୍ଷେତ ଉପରେ ଯାଇଥିବା ୧୧ କେଭି ତାର ଛିଡି ପଡିବାରୁ ନିଜ ବିଲକୁ ଧାନ ଆଣିବା ପାଇଁ ଯାଇଥିବା ଚାନ୍ଦବାଲି ଏନଏସି ଅଧୀନସ୍ଥ ବାଲିଗାଁ ନରିସଂପୁରର ଚାଷୀ ପ୍ରମୋଦ ଦାସଙ୍କ ମୃତ୍ୟ ଘଟିଛି। ସମ୍ପୃକ୍ତ ଚାଷୀ ଧାନ ସଂଗ୍ରହ କରୁଥିବା ସମୟରେ ଅଚାନକ ୧୧କେଭି ତାର ଟି ଚାଷୀ ଉପରେ ଖସି ପଡିଥିଲା। ଫଳରେ ଚାଷୀଟି ବିଦ୍ୟୁତ ଆଘାତ ପାଇ ସମ୍ପୂର୍ଣ ଜଳିଯାଇଥିଲା। ପରେ ସ୍ଥାନୀୟ ଲୋକେ ଟାଟା ପାୱାର କୁ ଖବର ଦେବା ପରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା । ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲେ ମଧ୍ୟ ପହଂଚିଲାବେଳକୁ ଚାଷୀଟି ସଂପୂର୍ଣ୍ଣ ଜଳିଯାଇଥିଲା।ପରେ କ୍ଷତିପୂରଣ ଦାବୀ ନେଇ ସ୍ଥାନୀୟ ବାସୀ ବିଜୁଳି ବିଭାଗ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଚାନ୍ଦବାଲି ମୁଖ୍ୟରାସ୍ତା କୁ ବନ୍ଦ କରିଥିଲେ। ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ସହ ଅନ୍ୟ ଚାଷୀଙ୍କ ପ୍ରାୟ ୨ ଏକରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ନେଇ ବିଜୁଳି ବିଭାଗ କୁ ଦାୟୀ କରାଯାଇଛି । ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ଜଣେ ଚାଷୀଙ୍କ ଜୀବନ ଯାଇଥିବାରୁ ତୁରନ୍ତ ନୂଆ ତାର ଓ ଖୁଂଟ ପରିବର୍ତନ ପାଇଁ ମଧ୍ୟ୍ୟ ଦାବୀ କରିଛନ୍ତି ସ୍ଥାନୀୟ ବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.