Home ଜିଲ୍ଲା ପରିକ୍ରମା ୧୦ ଜିଲ୍ଲାର ୮୦ ହଜ୍ ଯାତ୍ରୀଙ୍କୁ ପ୍ରଶିକ୍ଷଣ ତାଲିମ ଶିବିର

୧୦ ଜିଲ୍ଲାର ୮୦ ହଜ୍ ଯାତ୍ରୀଙ୍କୁ ପ୍ରଶିକ୍ଷଣ ତାଲିମ ଶିବିର

2

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ହଜ ଟ୍ରେନିଂ କମିଟି ଆନୁକୂଲ୍ୟରୁ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଗତ ଦୁଇ ଦିନ ଧରି ହଜ ଯାତ୍ରୀଙ୍କୁ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣରେ (ଏମଏସକେ) ଗ୍ରୁପର ହାଜୀ ଶେଖ ସିରାଜୁଦ୍ଦିନ, ହାଜୀ ମିର୍ଜା ଇସଲାମ ବେଗ ଓ ହାଜୀ ସଲିମ ଖାନଙ୍କ ଉପସ୍ଥିତରେ ଟ୍ରେନିଂ କମିଟିର ସଭାପତି ହାଜୀ ଏସଏମ ଫାରୁକଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଅସରଫ ଅଲି ଖାନଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ୩ ଜଣ ପ୍ରଶିକ୍ଷକ ମୁଫତି ମହମ୍ମଦ କାସୀମ, ସୈୟଦ ଅବଦୁଲ ମସଜୁଦ ହବିବି ଓ ସୈୟଦ ଅବଦୁସ ସୁବହୁ ହଜ ଯାତ୍ରୀଙ୍କୁ ତାଲିମ ଦେଇଥିଲେ ।ଏହି ଶିବିରରେ ପୁରୁଷ ୧୯ ଓ ମହିଳା ୧୪ ଜଣ ଓ ଭଦ୍ରକ ଜିଲ୍ଲାରୁ ୩୩ ଜଣ ସହିତ ଓଡ଼ିଶାର ୧୦ ଗୋଟି ଜିଲ୍ଲାରୁ ୮୦ ରୁ ଉର୍ଦ୍ଧ ହଜ ଯାତ୍ରୀ (ପୁରୁଷ/ମହିଳା) ଯୋଗଦାନ କରିଥିଲେ । ଓଡିଶାରୁ ସର୍ବମୋଟ ପୁରୁଷ ୩୪୧ ଓ ମହିଳା ୨୫୫ ଜଣ ସର୍ବମୋଟ ୫୯୬ ଜଣ ହଜ ଯାତ୍ରୀ ହଜ ତୀର୍ଥରେ ଚଳିତ ମାସ ଏପ୍ରିଲ ଶେଷ ସୁଧାରୁ ଆସନ୍ତା ମେ ମାସ ୫ ତାରିଖ ଭିତରେ ସାଉଦିଆରବକୁ ବିମାନ ଯୋଗେ ଯିବେ ଏବଂ ହଜ ତୀର୍ଥରୁ ୪୫ ଦିନ ଭିତରେ ନିଜ ନିଜ ସ୍ଥାନକୁ ଫେରିବେ । ସାଉଦି ଆରବର ମକ୍କା ସରିଫ ଓ ମଦିନା ସରିଫ ପହଁଚିବା ପରେ କେଉଁ କେଉଁ ନିୟମ ପ୍ରୟୋଗ କରିବାକୁ ହେବ, ୭ ଥର ‘ତୱାଫ’ କରିବା ନିୟମ, ୭ ଥର ‘ସଫା ଓ ମରୱା’ ରେ ଚାଲିବା ନିୟମ, ନମାଜ ପଢ଼ିବାର ନିୟମ, ସଇତାନକୁ ପଥର ମାରିବାର ନିୟମ, କୁରବାନୀର ନିୟମ , ମସଜିଦ ନବ୍ୱୀରେ ରୌଜା-ଏ-ରସୁଲ ପ୍ରବେଶର ନିୟମ ଏବଂ ଆହୁରି ଅନେକ ନିୟମକୁ କେଉଁ କେଉଁ ପଦ୍ଧତିରେ ପାଳନ କରାହେବ ତାହା ଏହି ଶିବିରରେ ହଜ ଯାତ୍ରୀଙ୍କୁ ପ୍ରଶିକ୍ଷକମାନେ ଦୁଇ ଦିନ ଧରି ତାଲିମ ଦେଇଥିଲେ । ହଜ ଯାତ୍ରୀ ମାନଙ୍କୁ ଏହି ତାଲିମ ନେବା ସମୟରେ ରହଣି ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି ହଜ ଶିବିରରେ ହଜ କମିଟିର ଉପ ସଭାପତି ମିର୍ଜା ଏକ୍ରାମ ବେଗ , ସହ-ସଂପାଦକ ହାଜୀ ଚନ୍ଦା ଖାନ, ହାଜୀ ଅବଦୁଲ କାସିମ ଖାନ, ହାଜୀ ଶେଖ ଅଲାଉଦ୍ଦିନ, ଆଇନଜିବି ହାଜୀ ଶେଖ ସୁଫିଆନ, ହାଜୀ ଶେଖ ନାସିର ବକ୍ସ, ହାଜୀ ଅମାନୁଲ୍ଲା, ହାଜୀ ଶେଖ ସଲାଉଦ୍ଦିନ, ଶେଖ ମୁସ୍ତାକ, ଶେଖ ରିୟାଯୁଦ୍ଦିନ, ଶେଖ ତାରିକ, ସାବିର ଖାନ, ଆଇନୁଲ ଖାନ, ମୁସତଶନ ଖାନ, ଶେଖ ଫାରୁକ, ଶେଖ ବସିର ପ୍ରମୁଖ ଉପସ୍ଥିତ ରହି ହଜ ଯାତ୍ରୀଙ୍କୁ ପ୍ରଶିକ୍ଷଣ ତାଲିମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.