Home ଓଡ଼ିଶା ୟୁରିଆ ସାରର କଲବଜାର ନେଇ ଚାଷୀ ଅସନ୍ତୋଷ

ୟୁରିଆ ସାରର କଲବଜାର ନେଇ ଚାଷୀ ଅସନ୍ତୋଷ

154

ବଲାଙ୍ଗୀର/ସଇଁନ୍ତଲା ୦୨-୦୯, (ଓଡ଼ିଆ ପୁଅ/ଅଜିତ କୁମାର ପଟନାୟକ) ସମୟ ଥିଲା ଚାଷୀମାନେ କ୍ଷେତରେ ଧାନ ବୁଣିବା ଆଗରୁ ଗୋବର ପକାଉ ଥିଲେ। ପରେ ଧାନ ବୁଣୁଥିଲେ। ଭଲ ବର୍ଷା ହେଲେ ଚାଷୀମାନେ ଦୁଇଗୁଣା ଫସଲ ଅମଳ ପାଉଥିଲେ। କିନ୍ତୁ ବୈଜ୍ଞାନିକ ଯୁଗରେ ଚାଷୀମାନେ ସାର ବ୍ୟବହାର କରିବା ବାଧ୍ୟତାମୂଳକ ଭାବେ ନେଇଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହିନ୍ଦୁସ୍ଥାନ ସିଡସ ପ୍ରାଇଭେଟ ଲିମିଟେଡ଼ ଡିଲର ଠାରେ ୟୁରିଆ ସାର ନେବା ପାଇଁ ଚାଷୀମାନେ ଆଧାର କାର୍ଡ ଧରି ଲମ୍ବା ଲାଇନରେ ଠିଆ ହୋଇଥିବା ଭଳି ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ବର୍ତ୍ତମାନ ୟୁରିଆ ସାରର ଘୋର ଅଭାବ ଦେଖାଦେଉ ଥିବାରୁ ଶହ ଶହ ଚାଷୀ ଆଜି ସାମାଜିକ ଦୂରତା ଭୁଲି ସାର ନେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଥିଲେ। ତେବେ ସରକାରୀ ଦର ଅନୁସାରେ ସାର ଦର ଟ୨୬୬.୫୦ପଇସା ଥିବା ବେଳେ ଟିଟିଲାଗଡ଼ରେ ୩୦୦ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। କରୋନା ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ଭିଡ଼ ଦେଖି ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ସଚେତନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାର ଅଭାବ ଜନିତ ସମସ୍ୟା ଆଗାମୀ ଦିନରେ ଚାଷ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି।

ତେବେ ସେହିପରି ସଇଁନ୍ତଲା ବ୍ଳକ ଟିକ୍ରାପଡା, କରମତଲା, ସଇଁନ୍ତଲା, ଶିଷକେଲା, ବେଲଗାଁ, କୁମ୍ଭାରୀ, ଛନଛଡା ଭଳି ଅନେକ ସ୍ଥାନରେ ସାର କଲାବଜାର ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୟୁରିଆ ସାର ମିଳୁ ନଥିବା ବେଳେ କେତେକ ଆସାଧୁ ଡିଲରମାନେ ୫୫୦ ରୁ ୬୦୦ଟଙ୍କା ମଧ୍ୟରେ ଗୋଟିଏ ବସ୍ତା ପିଛା ବିକ୍ରି କରୁଥିବା ଅଭିଯୋଗ ହୋଇଛି।ତେବେ ଅନେକ ଚାଷୀମାନଙ୍କୁ ୟୁରିଆ ସାର ମିଳୁନ ଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାଜ୍ୟ ସରକାର ସମବାୟ ସମିତି ଦ୍ଵାରା ସାର ମଧ୍ୟ ଯୋଗେଇ ଦେବା ମଧ୍ୟ ଡିଙ୍ଗୁରା ପିଟୁଛନ୍ତି। କିନ୍ତୁ ସମବାୟ ସମିତିରେ ମଧ୍ୟ ମିଳୁନାହିଁ। କୃଷି ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ସାର ବିକ୍ରି ଡିଲରମାନେ ମାଲେ, ମାଲ ହେଉଥିବା ବେଳେ ଚଢା ଦରରେ ସାର ବିକ୍ରି ଯୋଗୁଁ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଉଛି। ଅନ୍ୟପଟେ ସାରା ମିଳୁ ନ ଥିବା ବେଳେ ବାଧ୍ୟ ହୋଇ ଅଧିକ ଟଙ୍କାରେ କିଣିବାକୁ ପଡ଼ୁଛି। ଏନେଇ ଟିଟିଲାଗଡ଼ କୃଷି ଅଧିକାରୀ ବାଳକୃଷ୍ଣ ଗୌଡ଼ଙ୍କୁ ପଚାରିବାରୁ ଟିଟିଲାଗଡ଼ରେ ସାରର ଅଭାବୀ ନାହିଁ, ଡିଲରଙ୍କ ପାଖରେ ସାର ଅଛି ଓ ସଇଁନ୍ତଳା ବ୍ଳକର କିଛି ସମବାୟ ସମିତିଙ୍କୁ ୧୪୦୦ ବସ୍ତାରୁ ଅଧିକ ସାର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି। ତେବେ ଯଦି ସଇଁନ୍ତଲା ବ୍ଳକରେ ଚଢା ଦରରେ ସାର ବିକ୍ରି ହେଉଛି, ତେବେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.