Home କେନ୍ଦ୍ରାପଡ଼ା ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋଖୋ ଏକାଡେମୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋଖୋ ଏକାଡେମୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

59

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ରଣପଡାସ୍ଥିତ ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋ ଖୋ ଏକାଡେମୀ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରେ ଏକାଡେମୀର ସଭାପତି ସେକ ଅସଲମ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅତିଥି ଭାବେ କାଉନସିଲର କାଳି ପ୍ରସାଦ ମିଶ୍ର ଯୋଗଦେଇ ଆଜାଦୀ କି ଅମୃତ ମହୋତ୍ସବ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ କୋଚ ସେକ ସୈାକତ ଖାନ, ସେକ ଆବାସ, ବଦ୍ରିନାରାୟଣ ପତି, ସେକ ଇମ୍ରାନ ବକ୍ସ, ସରୋଜ କୁମାର ଲୁଗୁନ, ଆବୁ ଜଲାଲ, ସରୋଜିନି ସ୍ୱାଇଁ, ସୁହାନା ପରୱିନ, ସାହାଦତ ଖାନ, ରାବେୟା ଫିରଦୋସ, ପରୱାନା ବେଗମ ପ୍ରମୁଖ ଅଂଶଗ୍ରହଣ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.