Home ଓଡ଼ିଶା ୟୁଥ୍ ଫର୍ ଆକ୍ସନ୍: ଆମ -ୱେରେ ଆସନ୍ତୁ, ନ’ହେଲେ ଗୋ- ଆୱେ

ୟୁଥ୍ ଫର୍ ଆକ୍ସନ୍: ଆମ -ୱେରେ ଆସନ୍ତୁ, ନ’ହେଲେ ଗୋ- ଆୱେ

510

ଭୁବନେଶ୍ୱର: ଜାନୁୟାରୀ ୧୨, ରାଷ୍ଟ୍ରୀୟ ଯୁବା ଦିବସରେ ଅପରାଜିତାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୁବା ସଙ୍ଗଠନ “ୟୁଥ୍ ଫର୍ ଆକ୍ସନ୍” ଲଞ୍ଚ ହେଲା।ତେବେ ଏଥିରେ ଅପରାଜିତାଙ୍କର ଯାହା ଲାଭ ହେଲା କି ନାହିଁ, କିନ୍ତୁ ଲାଭ ପାଇଲେ ଦେବାଶିଷ ନାୟକ (ଜିମ୍ ବାପି)।କାର୍ଯ୍ୟକ୍ରମର ସବୁ ଶ୍ରେୟ ଦେବାଶିଷଙ୍କୁ ଦେଲେ ଅପରାଜିତା।ନିଜ ବକ୍ତବ୍ୟରେ ଅପରାଜିତା ଷଡ଼ଙ୍ଗୀ ଥରେ ଦୁଇଥର ମୋଦୀଙ୍କ ନାମ, ତିନି ଚାରି ଥର ବିବେକାନନ୍ଦଙ୍କ ନାଁ ନେଇଥିବା ବେଳେ ବାରମ୍ବାର ନେଇଥିଲେ ଦେବାଶିଷଙ୍କ ନାମ।କାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପୂର୍ବତନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସହ ବିବାଦ/ଗଣ୍ଡଗୋଳ କାରଣରୁ ଯେଉଁ ଦେବାଶିଷ ଚର୍ଚ୍ଚାକୁ ଆସିଥିଲେ, ଅପରାଜିତା ଆଜି ତାଙ୍କୁ ପୂରା ଓଡ଼ିଶାରେ ହିରୋ କରିଦେଲେ।ଭୁବନେଶ୍ୱରରୁ ନେଇ ପୂରା ରାଜ୍ୟରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ଭିତରେ ତାଙ୍କୁ ଚର୍ଚ୍ଚିତ କରାଇଦେଲେ।

ଦେବାଶିଷଙ୍କ ତୁଣ୍ଡରେ ମଧ୍ୟ ଅପରାଜିତାଙ୍କ ଭାଷା ଥିଲା।ସକାରାତ୍ମକ ଦିଗରେ କାମ କରିବାକୁ ଆହ୍ୱାନ କରି ଏଠି ନକାରାତ୍ମକର କୌଣସି ସ୍ଥାନ ନାହିଁ ବୋଲି କହିବା ସହ ଯିଏ ନକାରାତ୍ମକ ଅଛନ୍ତି ସକାରାତ୍ମକ ହୋଇଯାଆନ୍ତୁ।ଆମ -ୱେରେ ଆସନ୍ତୁ, ନ’ହେଲେ ଗୋ- ଆୱେ (ଚାଲିଯାଆନ୍ତୁ) ବୋଲି କହିଥିଲେ ଦେବାଶିଷ।ନିର୍ବାଚନ ପୂର୍ବରୁ ଖୋର୍ଦ୍ଧାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଅପରାଜିତା ଠିକ୍ ଏହିପରି ଭାବରେ ଗୋଷ୍ଠୀବାଦ ଭିତରେ କାମ ନ’କରିବାକୁ ପରାମର୍ଶ ଦେବା ସହ ନହେଲେ ଦଳ ଛାଡ଼ି ଦିଅ ବୋଲି ଅତି କଠୋର ଭାବରେ ତାଗିତ୍ କରିଥିଲେ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.