Home ଜିଲ୍ଲା ପରିକ୍ରମା ୟୁକ୍ରେନ୍‌ରୁ ଫେରିଲେ ଭଦ୍ରକର ଝିଅ ଅର୍ଚ୍ଚନା, ‘ମିଶନ ଗଙ୍ଗା’ ଯୋଗୁଁ ନୂଆ ଜୀବନ ପାଇଛି –...

ୟୁକ୍ରେନ୍‌ରୁ ଫେରିଲେ ଭଦ୍ରକର ଝିଅ ଅର୍ଚ୍ଚନା, ‘ମିଶନ ଗଙ୍ଗା’ ଯୋଗୁଁ ନୂଆ ଜୀବନ ପାଇଛି – ଅର୍ଚ୍ଚନା

49

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ଦୀର୍ଘ ୧୫ ଦିନରୁ ଅଧିକ ହେବ ୟୁକ୍ରେନରେ ଗୋଟିଏ ବଙ୍କର ଭିତରେ ଫସି ରହି ଜୀବନ ସହିତ ସଂଗ୍ରାମ କରୁଥିବା ଭଦ୍ରକର ଛାତ୍ରୀ ଶେଷରେ ଘରକୁ ଫେରିଛନ୍ତି। ଭଦ୍ରକ ବନ୍ତଛକ ନିକଟରେ ରହୁଥିବା ଉମାକାନ୍ତ କରଙ୍କ ଝିଅ ୟୁକ୍ରେନରେ ମେଡିକାଲରେ କଲେଜରେ ପ୍ରଥମ ବର୍ଷର ଛାତ୍ରୀ। ସେ ଗତ ଡିସେମ୍ବର ମାସ ୫ ତାରିଖରେ ୟୁକ୍ରେନ୍ ଯାଇଥିଲେ। ଫେବୃୟାରୀ ୨୪ ତାରିଖ ଠାରୁ ୟୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହାରି ଭିତରେ ଭାରତ ଦେଶର ଓଡ଼ିଶା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଫଶି ରହିଥିଲେ। ଭଦ୍ରକ ସହରର ଛାତ୍ରୀ କୁମାରୀ ଅର୍ଚ୍ଚନା କର ୟୁକ୍ରେନରେ ଫଶି ରହିଥିଲେ। ୭ ଦିନ ଧରି ବଙ୍କର ଭିତରେ ବହୁ କଷ୍ଟରେ ରହିଥିଲେ। ସେଠାରେ କିଭଳି ଏୟାର ଷ୍ଟ୍ରାଇକ୍ ହେଉଥିଲା, ତାହା ବହୁତ ଭୟାନିକ ଥିଲା ବୋଲି କହିଛନ୍ତି। ଶେଷରେ ଭାରତ ସରକାରଙ୍କ ମିଶନ ଗଙ୍ଗା ଜରିଆରେ ଦେଶକୁ ଫେରିବାରେ ସୁଯୋଗ ପାଇଥିଲେ। ଗତକାଲି ରାତିରେ ଘରେ ପହଞ୍ôଚଲା ପରେ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଅର୍ଚ୍ଚନାଙ୍କ ମାଆ ମଧ୍ୟ ଝିଅ ଫେରିବା ପରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.