Home Top News ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ

ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ

56

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାଏଦ ଅଲ ନାହ୍ୟାନଙ୍କ ଦେହାନ୍ତ ହୋଇଛି। ଶେଖ ଖଲିଫା ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ଥିଲେ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ଶୁକ୍ରବାର ଠାରୁ ୪୦ ଦିନର ଶୋକର ଅବଧି ରଖାଯାଇଛି।

ଏହା ସହିତ ଶୁକ୍ରବାର ଠାରୁ ମନ୍ତ୍ରଣାଳୟ, ସମସ୍ତ ବିଭାଗ, ସ୍ଥାନୀୟ ଅନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରର ସମସ୍ତ କାର୍ଯ୍ୟକୁ ୩ ଦିନ ପାଇଁ ସ୍ଥଗିତ ରଖାଯାଇଛି।

ରାଷ୍ଟ୍ରପତି ଜାଏଦ ଅଲ ନାହିନଙ୍କୁ ୭୩ ବର୍ଷ ବୟସ ହୋଇଥିଲା ଏବଂ ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.