Home କେନ୍ଦୁଝର ଢ଼େଙ୍କା ମନ୍ଦିର ପରିଚାଳନା କମିଟି ପକ୍ଷରୁ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା

ଢ଼େଙ୍କା ମନ୍ଦିର ପରିଚାଳନା କମିଟି ପକ୍ଷରୁ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା

34

ହାଟଡ଼ିହି, ୧୯/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ଜଗନ୍ନାଥ ମନ୍ଦିର ପରିଚାଳନା ସମିତିି ପକ୍ଷରୁ ରାହାସ ପୁର୍ଣ୍ଣମୀ ଅବସରରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବରିଷ୍ଠ ସଭ୍ୟ ନାରାୟଣ ଚନ୍ଦ୍ର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଜଗନ୍ନାଥ ମିଶ୍ରଙ୍କ, ସମ୍ପାଦକ ନାରାୟଣ ଚନ୍ଦ୍ର କର, ବରିଷ୍ଠ ସଦସ୍ୟ ବିଦ୍ୟାଧର କର, ଅନନ୍ତ ମିଶ୍ର, କୃଷ୍ଣ ଚନ୍ଦ୍ର କର, ଅଜୟ ମହାନ୍ତି ପ୍ରମୁଖ ଯୋଗଦେଇ ପଞ୍ଚାୟତର ବରିଷ୍ଠ ନାଗରିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ପଦ୍ମନାଭ ସ୍ୱାଇଁ, ଅଲେଖ ଚନ୍ଦ୍ର ଦାଶ, ରବିନ୍ଦ୍ର ପାଣିଗ୍ରାହୀଙ୍କ ସମେତ ପଞ୍ଚାୟତର ୪୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରୁଦ୍ର ପ୍ରସାଦ କର, ଦେବବ୍ରତ କର, ଦେବାଶିଷ କର, ଜ୍ୟୋତିରଞ୍ଜନ ଦାଶ, ଦିପ୍ତୀ ରଞ୍ଜନ ଦାଶ, ରବିନ୍ଦ୍ର କୁମାର ଦାଶ, ପ୍ରଦ୍ୟୁମ୍ନ କର, ଟୁକୁନା ପାଣିଗ୍ରାହୀ, ହରିହର ପଣ୍ଡା, ଶଙ୍କର୍ଷଣ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମିତିର ଏଭଳି ଏକ ଅଭିନବ ପଦକ୍ଷେପକୁ ସମସ୍ତ ଗ୍ରାମବାସୀ ପ୍ରସଂଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.