Home କେନ୍ଦୁଝର ଢ଼େଙ୍କା ପଞ୍ଚାୟତରେ ପିଡିଏସର ମହା ଘୋଟାଲା, ଜୀବିତଙ୍କୁ ମିଳୁନି ରାସନ ସାମଗ୍ରୀ, ମୃତ ବ୍ୟକ୍ତି ନାମରେ...

ଢ଼େଙ୍କା ପଞ୍ଚାୟତରେ ପିଡିଏସର ମହା ଘୋଟାଲା, ଜୀବିତଙ୍କୁ ମିଳୁନି ରାସନ ସାମଗ୍ରୀ, ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟ ଅଭିଯୋଗ

208

ହାଟଡ଼ିହି, ୧୦/୬ : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ରେସନ ସାମଗ୍ରୀ ବଣ୍ଟନରେ ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଶଶହ ଗରିବ ନିରାଶ୍ରୟ ହିତାଧିକାରୀ ପିଡିଏସ ସାମଗ୍ରୀ ପାଉନଥିବାବେଳେ କିଛି ମୃତ ବ୍ୟକ୍ତିଙ୍କ ନାମରେ ପିଡିଏସ ସାମଗ୍ରୀ ଉଠାଯାଇ ହଡପ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଉକ୍ତ ପଞ୍ଚାୟତରେ ୬୩୨୫ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାବେଳେ ୧୮୧ଜଣ କାର୍ଡଧାରୀଙ୍କୁ ଅନ୍ତୋର୍ଦ୍ଦୟ ଚାଉଳ ପ୍ରଦାନ କରାଯାଉଛି । କିନ୍ତୁ ଅନ୍ତୋର୍ଦ୍ଦୟ ଯୋଜନାରେ ନୀଳମଣି ଜେନା, ରଜନୀ ଦାସ, ଶୁକୁରୀ ପାଢ଼ୀ, ଗୋଲାପ ଦଣ୍ଡପାଟ, ମାଳତୀ ତାମୁଳିଆ, ଗଦାଧର ଜେନା, ଗୁରୁବାରୀ ଦଣ୍ଡପାଟ ପ୍ରମୁଖଙ୍କ ସମେତ ଅନେକ ହିତାଧିକାରୀ ମୃତ୍ୟୁବରରଣ କରିଥିଲେ ମଧ୍ୟ ସେମାନଙ୍କ ନାମରେ ରେସନ ସାମଗ୍ରୀ ଉଠାଯାଇ ହଡପ କରାଯାଉଛି ବୋଲି ଅଭିଯୋଗ ହୋଇଛି । ସ୍ୱର୍ଗତ ନୀଳମଣି ଜେନାଙ୍କ ଭଣଜା ବ୍ରହ୍ମାନନ୍ଦ ଜେନାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ମାମୁଁ ତାଙ୍କ ପାଖରେ ଥିବାବେଳେ ସେ ଗତ ବର୍ଷେ ୧୧ମାସ ହେଲା ମୃତ୍ୟୁବରଣ କଳେଣଇ । ତାଙ୍କର କେହି ନାହାନ୍ତି । କିନ୍ତୁ ତାଙ୍କ ନାମରେ ଚାଉଳ ଉଠାହେଉôତବା ସେ ଜାଣିବାକୁ ପାଇଛନ୍ତି । ସେହିପରି ଘନଶ୍ୟାମ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କ ମାଙ୍କ ନାମରେ ଅନ୍ତୋର୍ଦ୍ଦୟ କାଡ ôତବାବେଳେ ସେ ଗତ କିଛିବର୍ଷ ହେବ ମୃତ୍ୟୁ ବରଣ କଲେଣି କିନ୍ତୁ ତାଙ୍କ ନାମରେ ଚାଉଳ ଉଠାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କାଳିଆମ୍ବ ଗ୍ରାମର କଳ୍ପତରୁ ଖଣ୍ଡେଇଙ୍କ ନମର ଏକ ଅନ୍ତୋର୍ଦ୍ଦୟ କାର୍ଡ ଥିବାବେଳେ ତାଙ୍କ ପତ୍ନୀ ଅମୃତି ଖଣ୍ଡେଇଙ୍କ ନାମରେ ମଧ୍ୟ ଏକ ଅନ୍ତୋର୍ଦ୍ଦୟ କାର୍ଡ ଅଛି । କଳ୍ପତରୁ ତାଙ୍କ କାର୍ଡରେ ଚାଉଳ ପାଉଥିବାବେଳେ ତାଙ୍କ ପତ୍ନୀଙ୍କ ନାମରେ ଥିବା କାର୍ଡରୁ ଚାଉଳ ଉଠାଯାଇ ହଡପ କରାଯାଉଛି ବୋଲି କଳ୍ପତରୁ ଅଭିଯୋଗ କରିଛନ୍ତି । ସେହିପରି ଶତାଧିକ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ କରୋନା ସହାୟତା ଚାଉଳ ଆଜି ପର୍ଯ୍ୟନ୍ତ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ସେହିପରି କାଳିଆମ୍ବ ଗ୍ରାମର ଚୈତନ ଦଣ୍ଡପାଟ ନାମକ ଜଣେ ଗରିବ ବ୍ୟକ୍ତିଙ୍କ ମା’ ଗୁରୁବାରୀଙ୍କ ନାମରେ କାର୍ଡ ଥିବାବେଳେ ସେ ୨୦୧୮ରୁ ମୃତ୍ୟୁବରଣ କରିବାପରେ ଆଉ ତାଙ୍କ କାର୍ଡ କଟିଗଲା କହି ଚାଉଳ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଗୋଲାପ ଦଣ୍ଡପାଟଙ୍କ ପାଖରେ ରେସନକାର୍ଡ ଥାଇବି ତାଙ୍କୁ ଚାଉଳ କି କରୋନା ସହାୟତା ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଶହଶହ ମୃତବ୍ୟକ୍ତିଙ୍କ ନାମରେ ରେସନ ସାମଗ୍ରୀ ଉଠାଯାଇ ହଡପ କରାଯାଉଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ସୁଦର୍ଶନ ଜେନା, ଶ୍ୟାମ ସୁନ୍ଦର ଜେନା, ସୁଶାନ୍ତ ନାଇକ, ମଞ୍ଜୁଲତା ବେହେରା, ଶ୍ୟାମ ସୁନ୍ଦର ଜେନା, ଆନନ୍ଦ ବେହେରା, ଘନଶ୍ୟାମ ବେହେରା, ଭ୍ରମର ଜେନା, କୈଳାଶ ଜେନା, ସୁଶାନ୍ତ ନାଇକ, ରମେଶ ନାଇକ, କୁନି ନାଇକ, ସୁବର୍ଣ୍ଣ ନାଇକ ପ୍ରମୁଖ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଢ଼େଙ୍କା ପଞ୍ଚାୟତରେ ହୋଇଥିବା ପିଡିଏସ ଦୁର୍ନିତିର ଉଚ୍ଚ ସ୍ତରୀୟ ତଦନ୍ତ ୍‌କରାଯିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ପିଇଓ ନରହରି ନାୟକଙ୍କୁ ପଚାରିବାରେ ସେ ଗତ ଦୁଇମାସ ହେଲା ସେଲ ରେଜିଷ୍ଟର ଅନୁସାରେ ଚାଉଳ ବଣ୍ଟନ କରାଯାଉଛି ବୋଲି କହିଛନ୍ତି । ପୁର୍ବରୁ ଯଦି କଣ ହୋଇଥିବା ତାଙ୍କ ପାଖରେ କିଛି ସୁଚନା ନାହିଁ ବୋଲି ସେ କହିଛନ୍ତି । ସେହିପରି ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ଯଦି ସେପରି କିଛି ଅଭିଯୋଗ ଆସେ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.