Home ଜିଲ୍ଲା ପରିକ୍ରମା ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧିକୁ ବିରୋଧ, ଭଦ୍ରକରେ ବାମପନ୍ଥୀ ଦଳଙ୍କ ବନ୍ଦ...

ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧିକୁ ବିରୋଧ, ଭଦ୍ରକରେ ବାମପନ୍ଥୀ ଦଳଙ୍କ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ

72

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟରେ ୪ଟି ବାମପନ୍ଥୀ ଦଳ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌-ଏଲ୍‌)ଲିବରେସନ ଓ ଫରୱାର୍ଡ଼ ବ୍ଲକ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ଏହି ବନ୍ଦକୁ ମିଳିଛି ଅଭୂତପୂର୍ବ ସମର୍ଥନ । ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କର୍ଯ୍ୟାଳୟ ବନ୍ଦ ରହିଥିଲା । ବିଭିନ୍ନ ଦଳ ପକ୍ଷରୁ ଜାତୀୟ ରାଜପଥରେ ଭିନ୍ନଭିନ୍ନ ସ୍ଥାନରେ ରାଜପଥକୁ ଅବରୋଧ କରାଯାଇଥିଲା । ଫଳରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା । କଲେଜ ଛକ ଓଭରବ୍ରିଜ୍ ଉପରେ ସିପିଆଇ ଏମଏଲ ପକ୍ଷରୁ ଜିଲ୍ଲା ସଂପାଦକ ସମର ବଳ, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ଅଖିଳ ବାରତ ପ୍ରଗତିଶୀଳ ମହିଳା ସମିତିର ଜିଲ୍ଲା ସହ ସଂପାଦିକା ଗାୟତ୍ରୀ ବେହେରାଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ସେହିପରି ବନ୍ତ ଛକ ଠାରେ ସିପିଆଇ(ଏମ୍‌)ର ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇର ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଏମ ନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏôତରେ ଉପରୋକ୍ତ ନେତୃମଣ୍ଡଳୀ ନିଜ ନିଜର ବକ୍ତବ୍ୟରେ କହିଥିଲେଯେ ଡ଼ିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧିଯୋଗୁ ଏହାର ଲିଟରପିଛା ୧୦୦ଟଙ୍କାରୁ ଉର୍ଦ୍ଧ୍ୱ ହୋଇଛି ।

ଏହାର ସିଧା ପ୍ରଭାବ ମାଲ ଓ ଯାତ୍ରାପରିବହନ ଉପରେ ପଡ଼ୁଛି । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ସଂକଟାପନ୍ନ, ସେଥିରେ ତୈଳଯାତ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ତାଲିକାରୁ ହଟାଇ ଦେବା ଫଳରେ ଖାଇବା ତେଲ, ଡ଼ାଲି, ଆଳୁ, ପିଆଜ, ଚିନି ଓ ଓøଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷରେ ଆକାଶ ଛୁଆଁ ଦରବୃଦ୍ଧ. ଗରୀବ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧା ଦାସ, ଜଗନ୍ନାଥ ରାଉତ, ଅଭିରାମ ବଳ, ଗିରିଧାରୀ ନାଥ, ଜଗନ୍ନାଥ ବେହେରା, ଆରତୀ ଜେନା, କିଶୋର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ, ବିମ୍ବାଧର ବାରିକ, ବିନୋଦ ସାହୁ, ସେକ କାଲୁ, ସେକ ମିଟୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ତେବେ ୨୦୧୪ ଓ ୧୫ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଡ଼ିଜେଲ ଓ ପେଟ୍ରୋଲ ଉପରୁ ଅବକାରୀ ଶ୍ଳୋକ ବାବଦରେ ୭୪ହଜାର ୧୮୫କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୨୦ ଏପ୍ରିଲ୍‌ରୁ ୨୦୨୧ ଜାନୁଆରୀ ୧୦ମାସରେ ଆଦାୟ କରିଛନ୍ତି ୨ଲକ୍ଷ ୯୫ହଜାର କୋଟି ଟଙ୍କା । ଏହା ଉପରେ ରହିଛି ରାଜ୍ୟସରକାରଙ୍କ ପେଟ୍ରୋଲ ଉପରେ ୩୨ଭାଗ ଓ ଡ଼ିଜେଲ ଉପରେ ୨୮ଭାଗ ଟିକସ । ମୋଟାମୋଟି ଭାବେ ଡ଼ିଜେଲ ଓ ପେଟ୍ରୋଲ ଦର ଯାହା ତାହା ଠାରୁ ଦୁଇଗୁଣ ଟିକସ କେନ୍ଦ୍ର ଓ ରାଜ୍ୟ ମିଶି ଆଦାୟ କରିଥିବାରୁ ଏହିଭଳି ଦରବୃଦ୍ଧି ଘଟୁଛି । ଏହା ସହିତ ଗୋଟିଏ ବର୍ଷରେ ଖାଦ୍ୟ ସାମଗ୍ରୀର ଦର ୭୦ରୁ ୮୦ଭାଗ ବୃଦ୍ଧି ପାଇଛି । ବେଆଇନ୍ ମହଜୁଦ୍ ଓ କଳାବଜାରୀ ବ୍ୟାପକ ହୋଇଛି । ଦରବୃଦ୍ଧି ଫଳରେ ସାଧାରଣ ଲୋକଙ୍କର ତେଲଲୁଣର ସଂସାର ଉଜୁଡ଼ି ଯାଇଛି । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଡ଼ିଜେଲ ଓ ପେଟ୍ରୋଲ ଉପରେ ଟିକସ ହ୍ରାସ କରି ଦର କମାଇବା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, କଳାବଜାରୀ ଓ ମହଜୁଦ୍‌କାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦କେଜି ଚାଉଳ, ଗହମ, ଖାଇବା ତେଲ, ଡ଼ାଲି ଚିନି, ଚା ଇତ୍ୟାଦି ରେସନ କିଟ୍ ମାଗଣାରେ ଯୋଗାଇବା, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ଟଙ୍କା ଓ ୬ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ପାଇଁ ସମସ୍ତ ବାମନ୍ଥୀ ଦଳଙ୍କ ପକ୍ଷରୁ ଦାବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.