ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହୋମଗାର୍ଡ ନିଯୁକ୍ତି ଅନିୟମିତତା କୁ ନେଇ ତାତିଲେ ଆଶାୟୀ ପ୍ରାର୍ଥୀ। ଏସପିଙ୍କୁ ଭେଟିଲେ କାର୍ଯ୍ୟାଳୟ ଆଗରେ ନାରାବାଜି କଲେ । ଗତକାଲି ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ୧୩୯ ହୋମ ଗାର୍ଡ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଙ୍କ ତାଲିକା ପ୍ରକାଶ ପାଇଥିଲା ଏନେଇ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ରେ ପୋଷ୍ଟ କରାଯାଇଥିଲା । ତତ୍ପରେ ବହୁ ଆଶାୟୀ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି । ଆଜି ଏନେଇ ଅନେକ ଆଶାୟୀ ଭଦ୍ରଜ ଏସପି ଙ୍କୁ ଭେଟିଥିଲେ । ତାଙ୍କଠାରୁ ଏହାର ଉତର ଖୋଜିବାକୁ ଚେଷ୍ଟା କରିଥିଲେ । ଏସପିଙ୍କ ଉତର ରେ ସନ୍ତୁଷ୍ଟ ହୋଇନଥିଲେ ଆଶାୟୀ। ତେବେ ଆଶାୟୀ ମାନେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହିତ ହୋ ହାଲ୍ଲା କରିଥିଲେ । ପରେ ପୋଲିସ ଆଶାୟୀ ଙ୍କୁ ଘୋଉଡାଇଥିବା ଦେଖିବାକୁ ମିଳିଛି ।ତେବେ ଜିଲ୍ଲା ରେ ୧୩୯ ପଦବୀ ପାଇ ୭ହଜାର ରୁ ଅଧିକ ଆଶାୟୀ ଆବେଦନ କରିଥିଲେ ।ବିଭିନ୍ନ ପରୀକ୍ଷା ନିରୀକ୍ଷା ନିଜେ ଏସପି ଓ ଦୁଇ ଅତିରିକ୍ତ ଏସପି ଙ୍କ ତତ୍ୱାବଧାନ ରେ ଏହି ପରୀକ୍ଷା କରାଯାଇଥିଲା ।ଏହା ସତ୍ୱେ ମଧ୍ୟ ହୋମ ଗାର୍ଡ ପଦବୀ ପାଇଁ କିପରି ଅନିୟମିତତା ହେଲା ଏନେଇ ଅନେକ ପ୍ରଶ୍ନ କାଟିଛନ୍ତି ଆଶାୟୀ ମାନେ।
Home ଜିଲ୍ଲା ପରିକ୍ରମା ହୋମ ଗାର୍ଡ ନିଯୁକ୍ତିରେ ଅନିୟମିତତା,ତାତିଲେ ଆଶାୟୀ, ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି







