Home ଜିଲ୍ଲା ପରିକ୍ରମା ହେପିଙ୍କ ସ୍ମୃତିରେ କୁଳିଗାଁରେ ଦିନିକିଆ ଭଲିବଲ ପ୍ରତିଯୋଗୀତାତ୍ତ

ହେପିଙ୍କ ସ୍ମୃତିରେ କୁଳିଗାଁରେ ଦିନିକିଆ ଭଲିବଲ ପ୍ରତିଯୋଗୀତାତ୍ତ

40

ବାହାନଗା,୧୫ା୧ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା କୁଳିଗାଁ ପଞ୍ଚାୟତ ଗମ୍ଭାରିଆ ଠାରେ ସ୍ୱର୍ଗତ ହେପିଙ୍କ ସ୍ମୃତିରେ ଦୟଦୁର୍ଗା ଯୁବକ ସଂଘ ଓ ଆଚ୍ଛା ସଂଗଠନ ତରଫରୁ ଦିନିକିଆ ଭଳିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଯୋଗୀତାକୁ ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଂଜନ ଦାସ ଓ ହେପିଙ୍କ ବଡ଼ଭାଇ ଅରୁଣ କୁମାର ମହାନ୍ତି ଏହାକୁ ଫିତା କାଟି ଉଦଘାଟନ କରିଥିଲେ । ଏଥିରେ ଅଭଣା, ବରିପଦା, ବାଲିଆ, ଧରାଗଞ୍ଜ, ମଧୂପୁରା, ଦୟଦୁର୍ଗା , ଗମ୍ଭାରିଆ, ନୀଳଗିରି ଓ ଥାଳା ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲରେ ନୀଳଗିରି ଓ ଥାଳା ଦଳ ଖେଳ ହୋଇ ଥିଲା । ଶେଷରେ ନୀଳଗିରି ଦଳ ବିଜୟୀ ହୋଇ ଥିବା ବେଳେ ଥାଳା ଦଳ ରନର୍ସଅପ ହୋଇଥିଲା । ଉଯାପନୀ ସଭାରେ ଆଚ୍ଛା ସଂଗଠନ ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ସଂଗଠନର ପ୍ରଦେଶ ସମ୍ପାଦକ ରଞ୍ଜିତ କୁମାର ପୁଷ୍ଟି, ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଚନ୍ଦନ କୁମାର ମଲ୍ଲିକ ପ୍ରମୁଖ ବିଜୟୀ ଦଳକୁ ସିଲ, ମାନପତ୍ର ନଗଦ ରାଷି ପ୍ରଦାନ କରିଥିଲେ । ଅନ୍ୟ ଉପସ୍ଥିତ ମଞ୍ଚାସୀନ ଅତିଥି ଭାବେ ଆଚ୍ଛା ସଂଗଠନର ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ, ରାଜ୍ୟ ସଂଯୋଜିକା ସୋନାଲି ରାଉତ, ରାଜ୍ୟ ସଂଯୋଜକ ଜଳଧଧର ମହାନ୍ତି, ରାକେଶ ଶିଅଳ ଓ ଖଗେଶ୍ୱର ବଢେଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାକୁ ଜୟଦୁର୍ଗା ଯୁବକ ସଂଘର ସଭାପତି ଗିରୀଶ ଚନ୍ଦ୍ର ପଢିଆରୀ, ସୁଧିର ମହାନ୍ତି, ତାପସ ନାୟକ, କେଦାର ମହାନ୍ତି ଜୟଦେବ ରାଉତ, ବରୁଣ ମହାନ୍ତି, ସୁଦର୍ଶନ ପାତ୍ର, ଗୁରୁପ୍ରସାଦ ପାଣିଗ୍ରାହୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ୩୫ବର୍ଷ ଧରି ଆୟୋଜିତ ହୋଇ ଆସୁଅଛି । ସୂଚନା ଯୋଗ୍ୟ ୨୦୦୧ରେ ମୃତ୍ୟୁ ବରଣ କରିଥିବା ହେପିଙ୍କ ନାମ ଅନୁସ।।ରେ ପ୍ରତ୍ୟକ ମକର ସଂକ୍ରାନ୍ତିରେ ଏହି ପ୍ରତିଯୋଗୀତା ହୋଇ ଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.