Home ଜିଲ୍ଲା ପରିକ୍ରମା ହେଣ୍ଡଜୋରରେ ବନ୍ଧ ପକାଇବାକୁ ନେଇ ଅସନ୍ତୋଷ, ଅତିରିକ୍ତ ତହସିଲଦାର ଓ ବିଡିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି...

ହେଣ୍ଡଜୋରରେ ବନ୍ଧ ପକାଇବାକୁ ନେଇ ଅସନ୍ତୋଷ, ଅତିରିକ୍ତ ତହସିଲଦାର ଓ ବିଡିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ଚାଷୀ

5

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ମଙ୍ଗଳପୁର ଓ ତଳମୂଷାଙ୍ଗ ନିକଟରେ ଥିବା ଏକ ହେଣ୍ଡଜୋରରେ ନିଲାମଧାରୀ କିଛି ବ୍ୟକ୍ତି ବନ୍ଧ ପକାଇବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏନେଇ ମଙ୍ଗଳବାର କାହ୍ନୁ ଚରଣ ମଳିକ, ଖଗେଶ୍ୱର ମଳିକ, କରୁଣାକର ମଳିକ, ସନ୍ତୋଷ ଭୋଇ, ଭାସ୍କର ମହାଳିକ, କୁମୁଦ ମଳିକ, ନରେନ୍ଦ୍ର ମହାଳିକ, ରମେଶ ମଳିକ, ଘନଶ୍ୟାମ ମଳିକ, ଅଭିଷେକ ମହାଳିକ ପ୍ରମୁଖ ବହୁ ଚାଷୀ ଅତିରିକ୍ତ ତହସିଲଦାର ନମିତା ଧଳ ଓ ବିଡିଓ ନିରଂଜନ ବାରିକଙ୍କୁ ଭେଟି ବନ୍ଧ ଉଠାଇବା ଦିଗରେ ପଦକ୍ଷେପ ନେବା ସହିତ ବନ୍ଧ ପକାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପ୍ରକାଶ ଯେ, ତଳମୂଷାଙ୍ଗ ଓ ମଙ୍ଗଳପୁର ଗ୍ରାମ ନିକଟରେ ଥିବା ହେଣ୍ଡଜୋର ମନ୍ତେଇ ନଦୀ ସଂଲଗ୍ନ ଅଟେ। ଯାହାଫଳରେ ଏହି ହେଣ୍ଡଜୋରରେ ସବୁ ସମୟରେ ପାଣି ରହିଥାଏ। ଏହି ହେଣ୍ଡଜୋର ପାଣିକୁ ନେଇ ଚାଷୀମାନେ ଉପକୃତ ହୋଇଥାନ୍ତି। ହେଣ୍ଡଜୋରକୁ ପ୍ରତିବର୍ଷ ସରକାରଙ୍କ ତରଫରୁ ନିଲାମ କରାଯାଇଥାଏ। ହେଣ୍ଡଜୋରକୁ ନିଲାମ ନେଇଥିବା ବ୍ୟକ୍ତି ମାଛ ଧରିବା ପାଇଁ ହେଣ୍ଡଜୋରରେ ବନ୍ଧ ପକାଇ ପାଣି ଅବରୋଧ କରୁଛନ୍ତି। ଯାହାଫଳରେ ଚାଷ ଜମିରୁ ମନ୍ତେଇ ନଦୀକୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ଯେଉଁଥିପାଇଁ ଧାନ ତଳି ନଷ୍ଟ ହେବାର ଆଶଂକା ରହିଛି। ଏହା ଦ୍ୱାରା ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ହେଣ୍ଡଜୋରରେ ବନ୍ଧ ପକାଇବାର ନିୟମ ନଥିଲେ ମଧ୍ୟ ନିଲାମଧାରୀ ଜୋରରେ ବନ୍ଧ ପକାଇ ନିୟମକୁ ଉଲଂଘନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.