Home ଜିଲ୍ଲା ପରିକ୍ରମା ହୃଦାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚରମ୍ପା ରେଲୱେ ଓ ଉତ୍କଳିକା ସ୍ପୋର୍ଟିଂ ବିଜୟୀ

ହୃଦାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚରମ୍ପା ରେଲୱେ ଓ ଉତ୍କଳିକା ସ୍ପୋର୍ଟିଂ ବିଜୟୀ

47

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂର୍ଯ୍ୟଶିଖା କ୍ଳବ ଆନୁକୂଲ୍ୟରେ ଆୟୋଜିତ ହୋଇ ଭଦ୍ରକ ନେହେରୁ ଷ୍ଟାଡିିୟମରେ ଚାଲୁଥିବା ହୃଦାନନ୍ଦ ମେମୋରିଆଲ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିନରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଚରମ୍ପା ରେଲୱେ କ୍ରିକେଟ ଟିମ୍ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାସୁଦେବପୁରର ଉତ୍କଳିକା ସ୍ପୋର୍ଟିଂ ବିଜୟୀ ହୋଇଛି । ପ୍ରଥମ ମ୍ୟାଚଟି ଚରମ୍ପା ରେଲୱେ ଦଳ ସହିତ ଭଦ୍ରକର ୟୁନିକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟୁନିକ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୧୩ ରନ କରିଥିଲା । ଦଳର ଦେବ ପ୍ରସାଦ ୬୧ରନ ଓ ଅସିତ ଦାସ ୨୪ ରନ କରିଥିବା ବେଳେ ପ୍ରତିପକ୍ଷର ହରେକୃଷ୍ଣ ବାରିକ ୩ଟି ଓ ପପନ ରାଉତ ୨ଟି ଉଇକେଟ ନେଇଥିଲେ । ୧୧୪ରନକୁ ପିଛା କରି ଚରମ୍ପା ଦଳ ବ୍ୟାଟିଂ କରି ୧୧.୨ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଜ୍ୟୋତିରଂଜନ ମହାରଣା ୩୪ ଓ ପପନ ରାଉତ ୩୬ ରନ କରିଥିଲେ । ରେଲୱେ ପକ୍ଷରୁ ସୁଦାମ ମଲ୍ଲିକ ଓ ଅନିଲ ଉପାଧ୍ୟାୟ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ପପନ ରାଉତଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ସାଳନ୍ଦୀ କ୍ଳବ ଓ ଉତ୍କଳିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାଳନ୍ଦୀ ଟସ୍ ଜିତି ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ ରନ କରିଥିଲା । ସାଳନ୍ଦୀର ଅନୁଭବ ବଳ ୪୪ରନ ଓ ଦୀପକ ଦାସ ୨୪ ରନ କରିଥିଲେ । ଉତ୍କଳିକା ପକ୍ଷରୁ ରଶ୍ମି ରଂଜନ ମହାକୁଡ ୩ଟି ଓ ପର୍ଶୁରାମ ବାରିକ ୨ଟି ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରିଥିବା ଉତ୍କଳିକା ଦଳ ୧୯.୨ ଓଭରରେ ୪ ଉଇକେଟ ହରାଇ ଏକ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା । ମାନସ ମହାଳିକ ଧୂଆଁଦାର ୭୬ରନ ଓ ଅଲେଖ ବେହେରା ୫୯ରନ କରିଥିଲେ । ସାଳନ୍ଦୀ ପକ୍ଷରୁ ରଂଜନ ନାୟକ ୨ଟି ଓ ସୁନିଲ ସାହା ଗୋଟିଏ ଉଇକେଟ ନେଇଥିଲେ । ମାନସ ମହାଳିକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, କାଳନ୍ଦୀ ନାୟକ, କାଳନ୍ଦୀ ପଣ୍ଡା ଓ ରଂଜନ ମହାନ୍ତି ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.