Home ଜିଲ୍ଲା ପରିକ୍ରମା ହୃଦଘାତରେ ଚାଲିଗଲା ଭଦ୍ରକ ଡିଏଫ୍‌ଓଙ୍କ ଜୀବନ

ହୃଦଘାତରେ ଚାଲିଗଲା ଭଦ୍ରକ ଡିଏଫ୍‌ଓଙ୍କ ଜୀବନ

4

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିରେ କର୍ତବ୍ୟରତ ଭଦ୍ରକ ବନ୍ୟା ପ୍ରାଣୀ ବନ୍ୟ ଖଣ୍ଡ ଅଧିକାରୀ (ଡିଏଫ ଓ) ଙ୍କର ହୁଦଘାତରେ ମୃତ୍ୟୁ ଘଟିଛି । ଶନିବାର ଦିନ୧୧ ଘଟିକା ସମୟରେ ଡିଏଫ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପରେ ବନବିଭାଗ କାର୍ଯ୍ୟାଳୟ ର କର୍ମଚାରୀ ମାନେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଡ଼ିଏଫଓ ହେଉଛିନ୍ତି ସୌଭାଗ୍ୟ ରଞ୍ଜନ ସାହୁ ଏବଂ ତାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବରୁଣାଡିହା ଗ୍ରାମରେ ବୋଲି ସୂଚନା ମିଳିଛି । ଭଦ୍ରକ ଡି ଏଫ୍ ଓ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ବନ ବିଭାଗ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କ ନିକଟରେ ପହଂଚି ଶେଷ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.