Home ଜିଲ୍ଲା ପରିକ୍ରମା ହୃତାତ୍ମା ଦିବସ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦର ରକ୍ତଦାନ ଶିବିର

ହୃତାତ୍ମା ଦିବସ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦର ରକ୍ତଦାନ ଶିବିର

3

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ହୃତାତ୍ମା ଦିବସ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ (ବୁଲୁ ଭାଇ)ଙ୍କ ନେତୃତ୍ୱରେ ଏବଂ ଯୁବା ସଂଗଠନ ବଜରଙ୍ଗ ସହଯୋଗରେ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସୁଧୀର ନାୟକ ଉଦଘାଟନ କରବା ସହିତ ସଂଗଠନର ସମସ୍ତ କର୍ମକର୍ତାଙ୍କୁ ଉତ୍ସାହିତ କରିବା ସହ ବଜରଙ୍ଗ ଦଳର କାର୍ଯ୍ୟକୁ ଭୁଇୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ର ବିଭିନ୍ନ ପ୍ରଖଣ୍ଡରୁ ଆସିଥିବା ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳ, ଦୂର୍ଗା ବାହିନୀ ଏବଂ ମାତୃଶକ୍ତି ର କାର୍ଯ୍ୟକୠର୍ା ମାନଙ୍କ ସହଯୋଗ ରେ ରକ୍ତ ଦାନ କରାଯାଇଥିବା ସଙ୍ଗଠନ ର ସମ୍ପାଦକ ବସନ୍ତ କୁମାର ରାଉତ ସୂଚନା ଦେଇଛନ୍ତି। ଉକ୍ତ ରକ୍ତଦାନ ଶିବିର କୁ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଆରଖି ଅଧିକ୍ଷକ ମନୋଜ କୁମାର ରାଉତ, ଜିଲ୍ଲା ଚିକିତ୍ସା ଅଧିକାରୀ ସୁଧିର ରଞ୍ଜନ ନାୟକ, ବଜରଙ୍ଗଦଳ ର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଓ ମୟୂରଭଞ୍ଜ ବିଭାଗ ସଙ୍ଗଠନ ମନ୍ତ୍ରୀ ଶ୍ରୀମାନ ବିପିନ ବିହାରୀ ପଣ୍ଡା ଉପସ୍ଥିତ ରହି ଉଦଘାଟନ କରିଥିଲେ। ୫୦୦ ବର୍ଷ ର ଅପେକ୍ଷା ପରେ ବାବରି ମସଜିଦ କୁ ଭାଙ୍ଗି ହିନ୍ଦୁ ମାନଙ୍କର ହୃଦୟ ଓ ଆତ୍ମା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ର ଶୁଭାରମ୍ଭ କରାଯାଇଥିଲା। ୧୯୯୦ ମସିହାରେ ଉକ୍ତ ଘଟଣାରେ ବଜରଙ୍ଗୀ ଭାଇ ( ଶରତ କୋଠାରୀ ଓ ରାମ କୋଠାରୀ) ଗୋଟିଏ ମା ର ଦୁଇଟି ପୁତ୍ର ଏବଂ ହଜାର ହଜାର ବଜରଙ୍ଗ ଦଳର କାର୍ଯ୍ୟକୠର୍ା ମାନଙ୍କୁ ମୁଲାୟମ ସିଂ ସରକାର ଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଥିଲା। ସେହି ଲୋମହର୍ଷଣକାରୀ ଘଟଣା ସହିତ ବଜରଙ୍ଗୀ ଭାଇମାନଙ୍କ ବଳିଦାନ ଦିବସର ସ୍ମରଣାର୍ଥେ ସାରା ଦେଶରେ ୨୬ ଅକଟୋବର ଠାରୁ ୨ ନଭେମ୍ବର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ହୃତାତ୍ମା ବିବସ ପାଳନ କରାଯାଉଛି ଏହି ଅବସରରେ ଆଜି ଭଦ୍ରକ ଜିଲ୍ଲାରେ ୨୦୦ ୟୁନିଟ୍ ର ରକ୍ତ ସଂଗ୍ରହ କରାଯିବାର ଯୋଜନା ଓ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.