ସମ୍ବଲପୁର,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି। ବର୍ଷା ଯୋଗୁ ସର୍ବାଧିକ ଜଳ ପ୍ରବେଶ କରିଛି ହୀରାକୁଦ ଜଳଭଣ୍ତାରକୁ । ଯାହାକି ଗତ କାଲି ମଧ୍ୟାହ୍ନ ଠାରୁ ସେକେଣ୍ତ ପ୍ରତି ୩ ଲକ୍ଷ ଉପରେ ଜଳ ପ୍ରବେଶ କରୁଛି । ତେବେ ସେନେଇ ଡ୍ୟାମ କତ୍ତୁପକ୍ଷ ମଧ୍ୟ ଜଳ ଭଣ୍ତାର ଜଳସ୍ତର ଅନୁଧ୍ୟାନ କରି ଗତ କାଲି ଠାରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ କରୁଛନ୍ତି ।
ଆଜି ସକାଳ ୬ ଟା ସୁଦ୍ଧା ଜଳଭଣ୍ତାର ଜଳସ୍ତର ୬୨୫.୫୬ ଘନ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୩ ଲକ୍ଷ ୩୭ ହଜାର ୫୦୫ କ୍ୟୁସେକ ଜଳ ପ୍ରବେଶ କରୁଛି । କାଲି ଠାରୁ ୨୦ଟି ଗେଟ ଖୋଲାଯାଇଛି । ଏଥିସହିତ ବିଭିନ୍ନ କେନାଲ ଦେଇ ସେକେଣ୍ତ ପ୍ରତି ୩ ଲକ୍ଷ ୩୭ ହଜାର ୫୦୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।