Home Top News ହିମାଚଳ ପ୍ରଦେଶରେ ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ଏବଂ ୬...

ହିମାଚଳ ପ୍ରଦେଶରେ ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ଏବଂ ୬ ଜଣ ନିଖୋଜ

34

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ବନ୍ୟା ଏବଂ ବାଦଲଫଟା ବର୍ଷା କାରଣରୁ ହିମାଚଳ ପ୍ରଦେଶରେ ଅତିକମରେ ୧୯ ଜଣଙକର ମୃତ୍ୟୁ ହୋଇଥିବା ଗଣଣାଧ୍ୟମ ରିପୋର୍ଟରୁ ପ୍ରକାଶ। ଏତଦ୍ ବ୍ୟତୀତ ୬ ଜଣଙ୍କର ନିଖୋଜ ହେବାର ଖବର ମଧ୍ୟ ଆସିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା ଶନିବାର ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି। ତେବେ ମୋଖଟା କହିଛନ୍ତି ଯେ, ପ୍ରବଳ ବର୍ଷା ହେତୁ ମାଣ୍ଡି, କାଙ୍ଗ୍ରା ଏବଂ ଚାମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି।

ସକାଳେ ପ୍ରବଳ ବର୍ଷା ହେତୁ କଙ୍ଗରା ଜିଲ୍ଲାରେ ଚକ ବ୍ରିଜ ଭୁଶୁଡ଼ିବା ପରେ ଯୋଗୀନ୍ଦର ନଗର ଏବଂ ପଠାନକୋଟ ମାର୍ଗ ମଧ୍ୟରେ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ରେଳ କର୍ତ୍ତୃପକ୍ଷ ଏହି ସେତୁକୁ ଅସୁରକ୍ଷିତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.