Home ଅନୁଗୁଳ ହିଙ୍ଗୁଳା ଯାତ୍ରାରେ ଜନ ସମାଗମର ପୁରୁଣା ଫୋଟ ଫେସବୁକ୍ ରେ ପୋଷ୍ଟ କରି ଯୁବକ ଗିରଫ

ହିଙ୍ଗୁଳା ଯାତ୍ରାରେ ଜନ ସମାଗମର ପୁରୁଣା ଫୋଟ ଫେସବୁକ୍ ରେ ପୋଷ୍ଟ କରି ଯୁବକ ଗିରଫ

462

ତାଳଚେର,୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଗୋପାଳପ୍ରସାଦ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆଜିଠାରୁ ନିରାଡ଼ମ୍ବର ଭାବେ ଶ୍ରଦ୍ଧାଳୁଙ୍କ ସମାଗମ ବିନା ଆରମ୍ଭ ହୋଇଥବା ବେଳେ ସୋସିଆଲ ମିଡ଼ିଆରେ ଜନ ସମାଗମ ହୋଇଥିବାର ପୁରୁଣା ଫଟୋ ପୋଷ୍ଟ କରି ଲୋକଙ୍କୁ ବିଭ୍ରାନ୍ତ ତଥା କରୋନା ବ୍ୟାପିବା ନେଇ ଭୟର ବାତାବରଣ ସୃଷ୍ଟି କରିଥିବା ଅଭିଯୋଗରେ ଜନୈକ ଯୁବକଙ୍କୁ କୋଲିୟରୀ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣକ ହେଲେ ଅନୁଗୋଳ ଜିଲ୍ଲା ହାକିମପଡ଼ାର ଅବିନାଶ ସାମନ୍ତରାୟ(୩୦) । ପୋଲିସ ଅବିନାଶ ଠାରୁ ଗୋଟିଏ ମୋବାଇଲ ସହ ଫେସବୁକ୍ ରେ ହିଙ୍ଗୁଳା ଯାତ୍ରା ନେଇ ଭୂଲ ତଥ୍ୟ ପ୍ରଦାନ କରିଥିବାର ପ୍ରିଂଟିଙ୍ଗ୍ କପିକୁ ଜବତ କରିଛି । ତେବେ ଉକ୍ତ ଯୁବକ ବିରୁଦ୍ଧରେ ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ମୁରଲୀଧର ସାହୁ ଏନେଇ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ । ଚଳିତ ବର୍ଷ କରୋନା ସଂକ୍ରମଣର ସମ୍ଭାବ୍ୟ ଆଶଙ୍କାକୁ ନେଇ ଯାତ୍ରାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇ କୈାଣସି ଭକ୍ତଙ୍କୁ ମନ୍ଦିର କିମ୍ବା ଉଭାସ୍ଥଳୀକୁ ଆସିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଏଥିପାଇଁ ଆଜି ଭୋରରୁ ଦିନ ତମାମ ଜଣେ ମଧ୍ୟ ଭକ୍ତ ପୂଜାର୍ଚ୍ଚନା କିମ୍ବା ଦର୍ଶନ କରିବାକୁ ଯାଇନଥିଲେ । ଏଭଳିସ୍ଥଳେ ଉକ୍ତ ଯୁବକ ଜଣକ ପୁରୁଣା ଫୋଟଗୁଡ଼ିକୁ ନିଜ ଫେସବୁକ ଆକାଉଂଟରେ ପୋଷ୍ଟ କରି ବ୍ୟାପକ ଜନସମାଗମ ହୋଇଥିବାର ସୂଚନା ଦେଇଥିଲେ । ଏ ବାବଦରେ ପୋଲିସ ତଦନ୍ତ କରି ଯୁବକଙ୍କ ପୋଷ୍ଟରେ କୈାଣସି ସତ୍ୟାସତ୍ୟ ନଥିବାର ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଯୁବକଙ୍କୁ ଗିରଫ କରି କୋଲିୟରୀ ଥାନାରେ କେଶ ନଂ-୧୦୩/୨୦ରେ ୧୫୩(ଏ),୨୯୫(ଏ)/୫୦୦/୫୦୫(୧)(ବି) ଭାରତୀୟ ଫିଙ୍ଗଳ କୋର୍ଡ଼ ଓ ବିପର୍ଯ୍ୟୟ ପରିଚାଳନା ନିୟମ-୨୦୦୫ ର ଧାରା ୫୪ ଅନୁଯାୟୀ ମକଦ୍ଦମା ରୁଜୁ କରିବାସହ ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.