ତାଳଚେର,୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଙ୍ଗୁଳା ସିକ୍ୟୁରିଟି ସର୍ଭିସର ପ୍ରୋପାଇଟର ତ୍ରିଲୋଚନ ନନ୍ଦଙ୍କ ଦ୍ୱାରା ୫୧ ହଜାର ଟଙ୍କା ଦାନ କରାଯାଇଛି । ଏହି ଅର୍ଥଦାନ ବେଳେ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ , ଗଗନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀଯୁକ୍ତ ନନ୍ଦଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।