Home ଜିଲ୍ଲା ପରିକ୍ରମା ହାୟର ସେକେଣ୍ଡାରୀ ସ୍କୁଲରେ ବାଇମେଟ୍ରିକରେ ଉପସ୍ଥାନ

ହାୟର ସେକେଣ୍ଡାରୀ ସ୍କୁଲରେ ବାଇମେଟ୍ରିକରେ ଉପସ୍ଥାନ

304

ନୟାଗଡ଼, ୧୨-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ହାୟର ସେକେଣ୍ଡାରୀ ସ୍କୁଲ (ଯୁକ୍ତ ଦୁଇ କଲେଜ)ରେ ବାଇମେଟ୍ରିକରେ ଉପସ୍ଥାନ ବାଧ୍ୟତାମୂଳକ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ କଲେରେ ବାଇମେଟ୍ରିକ ଉପସ୍ଥାନ ଆରମ୍ଭ ହୋଇଛି। ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ହାୟର ସେକେଣ୍ଡାରୀ ସ୍କୁଲ ରହିଥିବାବେଳେ ସେଥିମଧ୍ୟରୁ କେତେକ କଲେଜରେ ବାଓମେଟ୍ରିକ ମେସିନ ଲାଗିଥିବା ଦେଖିବାକୁ ମିଳିଛି। କଲେଜରେ ମନଇଛା ଯିବା ଆସିବାକୁ ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁକ୍ତ ଦୁଇ କଲେଜରେ ବାଓମେଟ୍ରିକରେ ଉପସ୍ଥାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ନିର୍ଦ୍ଦେଶାଳୟ ଚିଠି ନଂ.୧୬୮୭ ତା.୧୫.୨.୧୯ରେ ଓ ଦ୍ୱିତୀୟ ଚିଠି ନଂ.୮୧୭୨ ତା.୨୭.୬.୧୯ରେ ଯୁକ୍ତ ଦୁଇ କଲେଜକୁ ବାଓମେଟ୍ରିକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲାବେଳେ ଅଧିକାଂଶ କଲେଜ ଏହି ନିୟକୁ ମାନିନଥିଲେ। ଫଳରେ ପୁଣି ନିର୍ଦ୍ଦେଶାଳୟ ଚିଠି ନଂ.୮୬୬୬ ତା.୮.୭.୧୯ରେ କଲେଜମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କଲେଜରେ ବାଓମେଟ୍ରିକରେ ଉପସ୍ଥାନ ନଥିବ ସେହି କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା ବନ୍ଦ ହେବା ସହ ଏଥିପାଇଁ କଲେଜ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ନିର୍ଦ୍ଦେଶ ରହିଛି। ଏହି ନିୟମ ଅଗଷ୍ଟ ମାସରୁ ଲାଗୁହେବ। ଏହି ବାଓମେଟ୍ରିକ ଉପସ୍ଥାନ ଦରମା ବିଲ୍ କୁ ସଂଯୋଗ କରୁଥିବାବେଳେ ଯଦି ଅଧ୍ୟାପକ ବା କର୍ମଚାରୀ ବାଓମେଟ୍ରିକରେ ଉପସ୍ଥାନ ନପକାନ୍ତି ତେବେ ସେମାନଙ୍କ ଦରମା ଆପେ ଆପେ ବନ୍ଦ ହୋଇଯିବ ବୋଲି କୁହାଯାଇଥିବାରୁ ଜିଲ୍ଳାର ଯୁକ୍ତଦୁଇ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ଭିତରେ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବହୁ ଜୁନିୟର କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ବାଓମେଟ୍ରିକରେ ଉପସ୍ଥାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ଦାବି ମତେ ସେମାନଙ୍କୁ ସମାନ କାମକୁ ସମାନ ଦରମା ଦେବା ସହ ପେଟଳୁ ଦେଇ ପିଠିରେ ମାଡ଼ ଦେଲେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ତେବେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ୍ ଦେଖି କେତେକ କଲେଜରେ ବାଓମେଟ୍ରିକ ଲାଗିଥିବାବେଳେ ଆଉ କେତେକ କଲେଜରେ ଏପର୍ଯ୍ୟନ୍ତ ବାଓମେଟ୍ରିକ ଲାଗିନଥିବା ଦେଖିବାକୁ ମିଳିଛି। ତେବେ ନୟାଗଡ଼ ଜିଲ୍ଲାର ବହୁ ଜୁନିଅର କଲେଜରେ ବାଓମେଟ୍ରିକ ମେସିନରେ ବୁଧବାର ଉପସ୍ଥାନ ପକାଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.