Home ଓଡ଼ିଶା ହାଲ୍ ସିନିଅର୍ ଫାଇନାନ୍ସ ମେନେଜରଙ୍କ ବିରୁଦ୍ଧରେ ମାମଲା

ହାଲ୍ ସିନିଅର୍ ଫାଇନାନ୍ସ ମେନେଜରଙ୍କ ବିରୁଦ୍ଧରେ ମାମଲା

107

କୋରାପୁଟ ;ତା୦୭-୧୦-୧୮( ଓଡିଆ ପୁଅ/ରଂଜନ କୁମାର ଦାସ ) ଜାଲ ଭାଉଚର ଦେଇ କୋଟି କୋଟି ଟଙ୍କା ହଡପ କରିବା ଅଭିଯୋଗରେ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(ହାଲ୍)ର ସିନିଅର୍ ଫାଇନାନ୍ସ ମେନେଜର ଭବେନ୍ ମୈତିଙ୍କ ବିରୁଦ୍ଧରେ ସୁନାବେଡା ଥାନାରେ ମାମଲା ରୁଜୁ ହୋଇଛି। ସିନିଅର୍ ମେନେଜର ଥିବା ଶ୍ରୀ ମୈତି ୫ଲକ୍ଷ ଟଙ୍କା ଯାଏ ବିଲ୍ ପୈଠ କରିବାର କ୍ଷମତା ଥିବାବେଳେ ସେ ଗତ କିଛି ବର୍ଷ ହେବ ବିଭିନ୍ନ ସମୟରେ ଫଲସ୍ ବିଲ୍ କରି ଟଙ୍କା ହଡପ କରି ଆସୁଥିଲେ। ଠକେଇ ଘଟଣା ଅଡିଟ୍ ସମୟରେ ଜଣା ପଡିବା ପରେ ବିଲ୍ ପୈଠ ହୋଇଥିବା କାମ ଗୁଡିକର ଭାଉଚର ଓ ଅନ୍ୟାନ୍ୟ ଡକୁମେଂଟ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା ହେଲେ ସେ କୌଣସି କାଗଜପତ୍ର ଦେଇ ପାରିନଥିଲେ। ହାଲ୍ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟରଙ୍କ ନିର୍ଦ୍ଦେଶରେ ମୈତିଙ୍କୁ ଅଡିଟ୍ ଟିମ୍ ଓ ଇଂଟରନାଲ ଭିଜିଲାନ୍ସ ପକ୍ଷରୁ ଶନିବାର ବିଳମ୍ବିତ ରାତି ଯାଏ ପଚରା ଉଚୁରା କରା ଯାଇଥିଲା ଓ ରବିବାର ସମସ୍ତ ଭାଇଚର ନେଇ ଅଫିସକୁ ଯିବା ପାଇଁ କୁହା ଯାଇଥିଲେ ମଧୟ ରବିବାର ସେ ଅଫିସକୁ ନଯାଇ ଫେରାର୍ ହୋଇ ଯାଥିଲେ। ଫଳରେ ହାଲ୍ କର୍ତୂପକ୍ଷ ମୈତିଙ୍କ ବିରୁଦ୍ଧରେ ସୁନାବେଡା ଥାନାରେ ଏତେଲା ଦେଇଥିଲେ। ହାଲ୍ ଇଂଟରନାଲ ଭିଜିଲାନ୍ସ ଓ ସୁନାବେଡା ପୁଲିସ ମିଳିତ ଭାବେ ରବିବାର ମୈତି ରହୁଥିବା ଏନ୍ ଜୋନ ୪ ନମ୍ବର କ୍ୱାଟରରେ ଚଢଉ କରିଛନ୍ତି। ଚଢଉ ସମୟରେ ମୈତିଙ୍କ କ୍ୱାଟରରୁ ୧ ଲକ୍ଷ ୬୭ ହଜାର ୩୦୦ ଟଙ୍କାର ପୋଡି ଯାଇଥିବା ନୋଟ୍, କେତେକ ଜମିର କାଗଜପତ୍ର ଏବଂ ୧୮ଲକ୍ଷ ଟଙ୍କାର ଏକ କାର୍ ଜବତ କରା ଯାଇଥିବା ସୁନାବେଡା ଏସଡିପିଓ ନିରଂଜନ ବେହେରା ସୂଚନା ଦେଇଛନ୍ତି। ସୁନାବେଡା ଥାନାରେ ଏକ ମାମଲା(କେଶ୍ ନଂ-୧୫୨/୧୮) ରୁଜୁ ହୋଇଥିବାବେଲେ ଏସଡିପିଓ ଶ୍ରୀ ବେହେରାଙ୍କ ତତ୍ବାବଧାନରେ ସୁନାବେଡା ଥାନା ଅଧିକାରୀ ମମତା ପାଣିଗ୍ରାହି ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.