Home କେନ୍ଦୁଝର ହାବଳେଶ୍ୱର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

ହାବଳେଶ୍ୱର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

303

ହାଟଡିହି-୧୯/୫, ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଭାନୁପ୍ରୀୟା ହାଇସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ୫୦ରୁ ଉର୍ଦ୍ଧ ପ୍ରବାସୀ ଓଡିଆଙ୍କୁ ରଖାଯାଇଥିବାବେଳେ ସେମାନଙ୍କ ପାଇଁ କୌଣସି ଖଟର ବ୍ୟବସ୍ଥା କରାଯାଇ ନାହିଁ । ଗୋଟିଏ ରୁମରେ କେବଳ ତଳେ ଗୋଟିଏ ଗୋଟିଏ ଗଦି ପକାଯାଇଥିବାବେଳେ ତାହା ପୁଣି ୬ଇଞ୍ଚ ଦୁରତାରେ । ନିଜ ନିଜର ବ୍ୟାପ୍ତ୍ର ରଖିବାକୁ ମଧ୍ୟ ସୁବିଧା ନାହିଁ । ୫୦ରୁ ଉର୍ଦ୍ଧ ପିଲା ଏଠାରେ ଥିବାବେଳେ ଗୋଟିଏ ମାତ୍ର ପାଇଖାନା ଅଛି । ଯାହାକୁ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ । ପାଇଖାନାରେ ପକାଇବା ପାଇଁ ଫିନାଇଲ ନାହିଁ କି ବ୍ଲିଚିଂ ପାଉଡର ମଧ୍ୟ ନାହିଁ । ଫଳରେ ଦୁର୍ଘନ୍ଧରେ ନାକ ଫାଟି ପଡୁଛି । କିପରି ଏଠାରେ ଅନ୍ତେବାସୀମାନେ ସୁରକ୍ଷିତରେ ରହିବେ ତାହାକୁନେଇ ଅନ୍ତେବାସୀମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ସେ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.