Home କେନ୍ଦୁଝର ହାବଳେଶ୍ୱର ପଞ୍ଚାୟତରେ ଲକଡାଉନର ମାନେ ନାହିଁ- ସର୍ଟଡାଉନ ପାଇଁ ଚିଠିଲେଖିଲେ ସରପଞ୍ଚ,

ହାବଳେଶ୍ୱର ପଞ୍ଚାୟତରେ ଲକଡାଉନର ମାନେ ନାହିଁ- ସର୍ଟଡାଉନ ପାଇଁ ଚିଠିଲେଖିଲେ ସରପଞ୍ଚ,

196

ହାଟଡିହି- ୧୦ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାତରେ ଲକଡାଉନର ମାନେ କିଛି ରହୁ ନାହିଁ । ଏହା ଜିଲ୍ଲାର ଏକ ସମ୍ବେଦନଶୀଳ ପଞ୍ଚାୟତ ଭାବେ ପରିଗଣିତ ହୋଇଥିଲେବି ଏଠାରେ ସାମାଜିକ ଦୁରତାର ମାନେ ରହୁ ନାହିଁ ବୋଲି ସରପଞ୍ଚ କହିଛନ୍ତି । ସରପଞ୍ଚ ମାନଙ୍କୁ ପଞ୍ଚାୟତରେ କରୋନା ମୁକାବିଲା ଲାଗି ଜିଲ୍ଲାପାଳର କ୍ଷମତା ଦେଇଥିଲେ । କିନ୍ତୁ ତାହାକୁ କିଏ କିପରି କାର୍ଯ୍ୟକାରୀ କରିବ ଓ ତାକୁ କେହି ଷ୍ପଷ୍ଟ ନକରିବାରୁ ସରପଞ୍ଚ ମାନେ ଏହି କ୍ଷମତାର ଉପଯୁକ୍ତ ବ୍ୟବହାର କରିପାରୁ ନାହାନ୍ତି । ଏହି ପଞ୍ଚାୟତରେ ପୁର୍ବରୁ ଅନେକ ଲୋକ କ୍ୱାରେଣ୍ଟାଇନରେ ଥିବାବେଳେ ହାବଳେଶ୍ୱର ଗ୍ରାମକୁ ଚାରିପଟୁ ସିଲ ମଧ୍ୟ କରାଯାଇଥିଲା । ଏଠାରେ କିଛି ଲୋକଙ୍କ ଯାଜପୁର ଲିଙ୍କ ଜଣାପଡିବାପରେ ଡିମରିଆ-ମଥୁରାପୁର ବୈତରଣୀ ପୋଲକୁ ଆଜି ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରଖାଯାଇଛି । ଏବେ କ୍ୱାରେଣ୍ଟାଇନରେ ୨୪ରୁ ଉର୍ଦ୍ଧ ବାହାର ରାଜ୍ୟର ଫେରନ୍ତା ଅଛନ୍ତି । କିନ୍ତୁ ପଞ୍ଚାୟତରେ ଲକଡାଉନ ସତ୍ତ୍ୱେ ଲୋକଙ୍କ ଗହଳି କମୁ ନାହିଁ । ପୁଲିସର ଚଢ଼ାଉ ମଧ୍ୟ ଆଗପରି ଆଉ ନାହିଁ । ସେହିପରି ରେଡଜୋନ ଭାବେ ପରିଗଣିତ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରୁ ଦୈନିକ ଶହଶହ ଟ୍ରକ ବାଲି ନେବା ପାଇଁ ଡିମିରିଆ ଓ ହାବଳେଶ୍ୱର ଘାଟକୁ ଆସୁଥିବାବେଳେ ତାଙ୍କ ସହିତ ସ୍ଥାନୀୟ ଲୋକମାନେ ଖୁଲାମଖୁଲା ମିଶୁଛନ୍ତି । ସାମାଜିକ ଦୁରାତାର ମାନେ କିଛି ରହୁନାହିଁ ଫଳରେ ପଞ୍ଚାୟତରେ ସଂକ୍ରମଣ ଆଶଙ୍କା ଦେଖା ଦେଇଛି । ଏହାକୁନେଇ ସରପଞ୍ଚ ଅନୁସୁୟା ବେହେରା ପଞ୍ଚାୟତରେ ୭ଦିନ ପାଇଁ ଲକଡାଉନ କରିବାକୁ ନିଷ୍ପତି ନେଇ ଏ ସମ୍ପର୍କରେ ଉଚ୍ଚ ପ୍ରଶାସନିକ ଅଧିକାରୀ ମନଙ୍କୁ ଜଣାଇଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ ସରପଞ୍ଚ ତାଙ୍କ ନିଷ୍ପତି କାର୍ଯ୍ୟକାରୀ କରିପାରିଲେ ନାହିଁ ବୋଲି ଜଣାଇଛନ୍ତି । ଆମକୁ ସିନା ଜିଲ୍ଲାପାଳଙ୍କ କ୍ଷମତା ଦେଲେ ତେବେ ଏହାକୁ ଆମେ କିପରି କାର୍ଯ୍ୟକାରୀ କରିବୁ ଓ ପୁଲିସ ପ୍ରଶାସନ ଆମକୁ କିପରି ସହଯୋଗ କରିବ ସେନେଇ କୌଣସି ସୁଚନା ଦେଲେ ନାହିଁ । ତେଣୁ ଏହା ଏକ ପ୍ରହସନ ବୋଲି ଶ୍ରୀମତୀ ବେହେରା କହିଛନ୍ତି । ଆମେ କେବଳ କ୍ୱାରେଣ୍ଟାଇନ କଥା ବୁଝିବୁ ଅନ୍ୟ କିଛି ନୁହଁ ବୋଲି କ୍ଷୋଭର ସହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.