Home ଓଡ଼ିଶା ହାତୀ ଆକ୍ରମଣରେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ : ବନ ବିଭାଗର ଅପାରଗତା ନେଇ ଲୋକେ କ୍ଷୁବ୍ଧ

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ : ବନ ବିଭାଗର ଅପାରଗତା ନେଇ ଲୋକେ କ୍ଷୁବ୍ଧ

56

କଟକ, ୨୭/୧୦(ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଆଜି ଅପରାହ୍ନ ସମୟରେ ଭାଗବତ ବେହେରା ନାମକ ଜଣେ ବୃଦ୍ଧ ନିଜ ବଗିଚାରେ ଘାସ ବାଛୁଥିବା ସମୟରେ ଅଚାନକ ଗୋଟେ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧ ଜଣକ ଘଟଣା ସ୍ଥଳରୁ ପଳାଇ ବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ଆଜି ଅପରାହ୍ନରେ ଏହି ଘଟଣା ଯୋଗୁଁ ଲୋକେ ବନବିଭାଗକୁ ଦୋଷ ଦେଇଛନ୍ତି। କାରଣ ଗତ ୪ ଦିନ ତଳେ ଏହି ହାତୀକୁ ବନବିଭାଗ ପକ୍ଷରୁ ଘଉଡ଼ାଇ ଦିଆଯାଇଥିଲା। ମାତ୍ର ପୁନର୍ବାର ଉକ୍ତ ହାତୀ ଆଜି ଏଠାରେ ପହଁଚି ମୃତ୍ୟୁର ତାଣ୍ଡବ ରଚିଛି। ହାତୀ ସ୍ଥାନୀୟ ଅଞ୍ଚଳରେ ରହିଥିବା ବେଳେ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ଘଉଡ଼ାଇ ବାକୁ ଉଦ୍ୟମ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.