Home ଓଡ଼ିଶା ହାତୀଦଳ ଏବେ ଗାଁ ଧାନଜମି ମୁହାଁ ଚିନ୍ତାରେ ଚାଷୀ  

ହାତୀଦଳ ଏବେ ଗାଁ ଧାନଜମି ମୁହାଁ ଚିନ୍ତାରେ ଚାଷୀ  

120

ଓଡିଆ ପୁଅ/ ଦେବୀପ୍ରସାଦ ଆଚାର୍ଯ୍ୟ/୪/୯/ପ୍ରତିବର୍ଷ କୃଷକ ଜମିରେ ଧାନ ଫସଲ ଠିଆକଲା ସମୟରେ ହାତୀ ଓ କୃଷକ ମଧ୍ୟରେ ଛକାପଂଚା ଲାଗିଥାଏ । ଏବେ ହାତୀଦଳ ଗାଁ ମୁହାଁ ହୋଇଥିବାରୁ କୃଷକ ଓ ହାତୀମାନଙ୍କ ମଧ୍ୟରେ ଛକାପଂଚା ଳାଗିଥିବା ଦେଖିବାକୁ ମିଳୁଛି । ହାତୀଦଳ ଧାନ ଜମିରେ ପଶି ଧାନ ଖାଇବାରୁ ଚାଷୀମାନେ ହୋ ହାଲ୍ଲା କରି ରାତିସାରା ଜଗିବାକୁ ପଡୁଛି । କିନ୍ତୁ ରାତ୍ରିର ଶେଷ ପହରକୁ କୃଷକ ଘରେ ବିଶ୍ରାମ ନେଲା ବେଳେ ହାତୀଦଳ ଧାନ ଜମିରେ ପଶି ଧାନ ଖାଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ମୟୁରଝାଲିଆ ଅଂଚଳରେ । ଗତ ୨ଦିନ ହେବ ହାତୀଦଳ ମୟୁରଝାଲିଆର ପଟାଖାଲ ଓ ବୋରବରଝର ଅଂଚଳ ଜମିରେ ପଶି  ଧାନ ଖାଇଚାଲିଛନ୍ତି । ଚାଷୀ ସର୍ବେଶ୍ୱର ପ୍ରଧାନଙ୍କର ଦେଢ ଏକର ,ହରି ପ୍ରଧାନଙ୍କର ଏକର ଜମି ଖାଇଥିବା ବେଳେ ଗୁଣ ପ୍ରଧାନଙ୍କର ଜମି ନଷ୍ଟ କରି ଦେଇଛନ୍ତି ।

ଏ ସଂପର୍କେ ମୟୁରଝାଲିଆ ଅଂଚଳ ଦାୟିତ୍ୱରେ ଥିବା ଗୋପାଳପୁର ଫରେଷ୍ଟର୍ ବିଚିତ୍ରାନନ୍ଦ ବେହେରାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ୨ଦିନ ହେଲା ବନବିଭାଗ କର୍ମଚାରୀ ଡାକବାଜି ଯନ୍ତ୍ର ଯୋଗେ ହାତୀଙ୍କ ସୁରକ୍ଷା ପାଇଁ ଲୋକମାନଙ୍କୁ ଜଣାଇ ଦିଆଯାଉଅଛି ଓ ଲାଇଟ୍ ପକାଇ ହାତୀମାନଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଉଅଛି । କିନ୍ତୁ ଏହି ୧୬ଟି ହାତୀ ଥିବା ଏକ ହାତୀ ଦଳ ପଟାଖାଲ ନିକଟ କାଜୁଜଂଗଲରେ ରହି ଧାନ ଫସଲ ଖାଇ ଚାଲିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନେ ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ କଲେ ତଦନ୍ତ କରାଯାଇ କ୍ଷତି ପୂରଣ ପ୍ରଦାନ କରାଯିବ । କିନ୍ତୁ କୃଷକ ମାନଙ୍କର ଅଭିଯୋଗ ହେଉଛି ହାତୀଫସଲ ନଷ୍ଟ କଲେ ଯାହା କ୍ଷତି ପୂରଣ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ମାତ୍ର । ବନ କର୍ମଚାରୀମାନେ ହାତୀ ଦଳର ସୁରକ୍ଷା ପାଇଁ  ସେମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଚେଷ୍ଟା କରିବା ଦରକାର । ଏଥିପ୍ରତି ବନକର୍ମଚାରୀ ମାନେ ଅଧିକ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.