Home କେନ୍ଦୁଝର ହାତଡ଼ିହି ବ୍ଲକରେ ପୁଣି ଦୁଇ ଆକ୍ରାନ୍ତ, ୫୭ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାତଡ଼ିହି ବ୍ଲକରେ ପୁଣି ଦୁଇ ଆକ୍ରାନ୍ତ, ୫୭ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା

74

 

ହାଟଡ଼ିହି- ୨୪/୭/ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆଜି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ଆଉ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସ୍ତାନୀୟ ବାସିନ୍ଦା ବୋଲି ଜଣା ଯାଇଛି। ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆକ୍ରାନ୍ତ ଜଣଙ୍କ ସୋଲପଟା ଗ୍ରାମର ୫୨ ବର୍ଷୀୟ ମହିଳା ବୋଲି ଜଣାପଡିଛି। ସେ ଡ଼ଅଁର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଗତ୩ଦିନ ତଳେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ଅନ୍ୟ ଜଣଙ୍କ ଓରାଳି ଟିଏମସି ର ବୋଲି ଜଣାଯାଇଛି। ସେ ଗତ ୧୪ତାରିଖରେ ଚେନ୍ନାଇରୁ ଆସି ଓରାଳି ସଂଗରୋଧ କେନ୍ଦ୍ରରେ ଥିଲେ। ଏ ମାନଙ୍କ ରିପୋର୍ଟ ପଜେଟିଭି ଆସିବା ପରେ ସେମାନଙ୍କୁ ଏବେ କୋଭିଡ ୧୯ ହସ୍ପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଅକ୍ରାନ୍ତଙ୍କୁ ମିଶାଇ ହାଟଡ଼ିହି ବ୍ଲକରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଂଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.