Home ଅନୁଗୁଳ ହାଟ ବ୍ୟବସାୟୀଙ୍କ ଆର୍ଥିକ ସଙ୍କଟ ଦୂର କରିବାକୁ ବିଜେପିର ପ୍ରୟାସ

ହାଟ ବ୍ୟବସାୟୀଙ୍କ ଆର୍ଥିକ ସଙ୍କଟ ଦୂର କରିବାକୁ ବିଜେପିର ପ୍ରୟାସ

138

ତାଳଚେର,୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ପରି ମହାବିପତି ସମୟରେ ସରକାର ଜିଲ୍ଲାପାଳଙ୍କ ଜରିଆରେ ଯେଉଁ ନୀତି ଓ ନିୟମ ନିର୍ଦ୍ଧାରଣ କରୁଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସମସ୍ତ କଟକଣା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଅନେକ ସୁବିଧାମୂଳକ ପଦକ୍ଷେପ ନିଆଯାଉଛି ବୋଲି ବିଜେପି ତରଫରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରାଯାଇଛି । ତାଳଚେର ପୌରାଂଚଳରେ ଗୋଟିଏ ସାପ୍ତାହିକ ହାଟ ଶନିବାର ଦିନ ହିଁ ହୋଇଥାଏ । ଯାହା ଉପରେ ଖାଉଟିଙ୍କ ସହିତ ଅଧିକାଂଶ ବ୍ୟବସାୟୀ କେବଳ ଶନିବାର ହାଟ ଉପରେ ବ୍ୟବସାୟ କରି ନିଜର ବ୍ୟବସାୟ କରି ଗୁଜୁରାଣ ମେଂଟାଇଥାନ୍ତି । ଏହି ହାଟ ନହେବା ଦ୍ୱାରା ସାଧାରଣରେ କଳା ବଜାରୀ ବଢ଼ିଯାଇଛି । ଯାହା ଦ୍ୱାରା ଗରିବ ଓ ସାଧାରଣ ଖାଉଟି ଏହାର ଶୀକାର ହେଉଛନ୍ତି । ସରକାରଙ୍କ କଟକଣା ସହିତ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀ ମାନଙ୍କ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ପ୍ରତି ସପ୍ତାହରେ ଦୁଇ ଦିନ ପାଇଁ ସଟଡାଉନ୍ ହୋଇଥିବା ଶନିବାର ଓ ରବିବାରକୁ ସାମାନ୍ୟ ବଦଳାଇ ରବିବାର ଓ ସୋମବାର ସଟଡାଉନ୍ କରାଗଲେ ସ୍ଥାନୀୟ ହାଟ ବ୍ୟବସାୟୀଙ୍କ ଆର୍ଥିକ ସମସ୍ୟା ଲାଘବ ହେବା ସଙ୍ଗେ ସଙ୍ଗେ କଳାବଜାରୀ ବନ୍ଦ ହୋଇପାରିବ ବୋଲି ବିଜେପି ତରଫରୁ ପ୍ରକାଶ କରାଯାଇଛି । ଏବଂ ଯଥାଶିଘ୍ର ଉକ୍ତ ସମସ୍ୟା ଉପରେ ବିଚାର କରି ଉଚିତ୍ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଲେ ତାଳଚେର ବାସୀ ତଥା ହାଟବ୍ୟବସାୟୀମାନେ ଉପକୃତ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ବିଜେପି ପୌରମଣ୍ଡଳ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ, ଅନୁଗୋଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପୌରମଣ୍ଡଳ ସଭାପତି ଯଶୋବନ୍ତ ଦାସ, ସଂକଳ୍ପ ସାହୁ, ପଦାରବିନ୍ଦ ବାଇ,ସୁକାନ୍ତ ରାୟ ଓ ଦୟା ସାଗର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.