Home କେନ୍ଦୁଝର ହାଟଡିହି ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା

ହାଟଡିହି ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା

37

ହାଟଡ଼ିହି-୧୮/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ବ୍ୟାଙ୍କଟି ବ୍ଲକର ସର୍ବାଧିକ ଗ୍ରାହକ ଥିବା ବ୍ୟାଙ୍କ । ଦୈନଦିନ ଶହଶହ ଗ୍ରାହକ ଟଙ୍କା ଦେଣ ନେଣ କରିବାପାଇଁ ଆସିଥାନ୍ତି । ଏପରିକି ଦିନେ ଦିନେ ବ୍ୟାଙ୍କ ଠାରୁ ରାସ୍ତା ପର୍ଯ୍ୟନ୍ତ ୪ରୁ ୫ଟି ଧାଡି ଲାଗି ଯାଇଥାଏ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାବେଳେ କିନ୍ତୁ ଗ୍ରାହକଙ୍କ ପାଇଁ କୌଣସି ସୁବ୍ୟବସ୍ଥା ନଥିବାରୁ ଶହଶହ ଗ୍ରାହକ ନିର୍ଦ୍ଧୁମ ଖରାରେ ଠିଆ ହୋଇ ଅଚେତ ହୋଇ ପଡୁଛନ୍ତି । ଆଜି କଳିଗାଁ ଗ୍ରାମର ଜଣେ ଯୁବତୀ ଖରାରେ ଦୀର୍ଘ ସମୟ ଧରି ଠିଆ ହୋଇ ହୋଇପଡିବାରୁ ହଠାତ ଅଚେତ ହୋଇ ପଡିଥିଲା । ତାର ସାଙ୍ଗରେ ଆସିଥିବା ଛୁଆମାନେ ପାଣିଢ଼ାଳି ଚେତା କରିଥିଲେ । ଏହାକୁନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ହୋ ହଲ୍ଲା କରିବାରୁ ବ୍ୟାଙ୍କ କର୍ତ୍ତୁପକ୍ଷ ତୁରନ୍ତ ନନ୍ଦିପଦା ପୁଲିସକୁ ଡାକିଥିଲେ । ପୁଲିସ ପହଞ୍ଚି ଜଣେ ଗ୍ରାହକଙ୍କୁ ଡାକିନେଇ ଛାଡି ଦେଇଥିଲା । ସେହିପରି ଗ୍ରାହକ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ । ଅନେକ ଅବ୍ୟବସ୍ଥା ଯୋଗୁଁ ଦୈନଦିନ ଏଠାରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହିତ ଗ୍ରାହକ ମାନଙ୍କର ପାଟିତୁଣ୍ଡ ହେଉଛି । ଯଦି କିଏ ପ୍ରତିବାଦ କଲା ବ୍ୟାଙ୍କ କର୍ତ୍ତୁପକ୍ଷ ପୁଲିସ ଡାକି ତାକୁ ପୁଲିସ ଜିମା ଦେଇ ଦେଉଛନ୍ତି । ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି । କିନ୍ତୁ ବ୍ୟାଙ୍କ କର୍ତ୍ତୁପକ୍ଷ ନିଜ ଦୋଷ ସଜାଡିବା ଦିଗରେ ପଦକ୍ଷେପ ନନେଇ ଓଲଟା ଗ୍ରାହକ ମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଥିବାରୁ ଅସନ୍ତୋଷ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ବ୍ୟାଙ୍କର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.