Home କେନ୍ଦୁଝର ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

96

ହାଟଡ଼ିହି, ୧୫/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ସୁଶୀ ବିନୀତା ବିଜୟନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କର୍ମଚାରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧିନତା ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନର ନବ ନିଯୁକ୍ତ ବିଡିଓ ପିସି କାରବାରକୁ ବନ୍ଦ କରି ବ୍ଲକକୁ ସ୍ୱଚ୍ଛତା ଆଡକୁ ନେଉଥିବାରୁ ସେ ତାଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ନାନୀୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ଉପସ୍ଥିତ ବ୍ଲକ କର୍ମଚାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଅବିନାଶ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । । ସେହିପରି ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ବିମ୍ବାଧର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶାସଙ୍ଗ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ପିଇଓ କୋଦଣ୍ଡଧର ପଣ୍ଡା, ଜିଆରଏସ ସବିତା ରାଉତ, ପୁର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ରବିନ୍ଦ୍ର କୁମାର ପାତ୍ର, ରବିନ୍ଦ୍ର ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ସରପଞ୍ଚ ଅନୁସୟା ସେଠୀ, ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ଜନହୀତକର ଯୋଜନା ଗୁଡିକ କିପରି ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଉପରେ ଆଲୋକପାତ କରିଥିଲେ । ସମାଜସେବୀ କଳ୍ପତରୁ ସେଠୀ, ଜିଆରଏସ ବିକାଶ କୁମାର ଜେନା, ନାଏବ ସରପଞ୍ଚ ମଧୁସୁଦନ ଘଡେଇ, ସମିତିସଭ୍ୟା କୁମୁଦୁନୀ ଜେନାଙ୍କ ସମେତ ଶତାଧିକ ବୁଦ୍ଧିଜିବୀ ଏଥିରେ ଉପସ୍ଥିତ ଥିଲେ । ସେହିପରି ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ଚମ୍ପାବତୀ ପୁହାଣ, ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ କାବେରୀ ସାହୁ, ଅକରୁଆ ପଞ୍ଚାୟତରେ ସରପଞ୍ଚ କୌଶଲ୍ୟା ସେଠୀ, ଶାଳଣିଆଁ ପଞ୍ଚାୟତରେ ସରପଞ୍ଚ ଶ୍ରୀଧର ବେହେରା, ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ଅନିରୁଦ୍ଧ ବେହେରା, କଳିଗାଁ ପଞ୍ଚାୟତରେ ସରପଞ୍ଚ ଅମରେନ୍ଦ୍ର ଧଳ, ଗେଡମାରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ବାଲିବରେଇ ପଞ୍ଚାୟତରେ ସରପଞ୍ଚ ପ୍ରତିଭା ନାୟକ, ପଢ଼ିଆରିପଲ୍ଲୀରେ ସରପଞ୍ଚ ନିରୁପମା ପାତ. ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ରାଉତ ପ୍ରମୁଖ ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.