Home କେନ୍ଦୁଝର ହାଟଡିହି ବ୍ଲକରେ ୩୦୦ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରେ ୩୦୦ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

82

ହାଟଡିହି- ୧୬ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଗାଁ ଗାଁରେ ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ତଥାପି ଳୋକମାନେ ସରକାରଙ୍କ କଟକଣାକୁ ମାନୁ ନଥିବା, ସାମାଜିକ ଦୁରତାକୁ ମାନୁ ନଥିବା ଦେଖିବାକୁ ମିଳିଛି । ତିନିଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ଟପିଲାଣି । ଗତକାଲି ଗୋଟିଏ ଦିନରେ ପୁଣି ୩୩ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ ୩୨୩ରେ ପହଞ୍ଚିଛି । ଗତକାଲି ବଞ୍ଚୋ ପଞ୍ଚାୟତରେ ୫ଜଣ, ଓରାଳି ପଞ୍ଚାୟତରେ ୨ଜଣ, ଡଅଁର ପଞ୍ଚାୟତରେ ୩ଜଣ, ଗେଡମା ପଞ୍ଚାୟତରେ ୩ଜଣ, ହଦଗଡ ପଞ୍ଚାୟତରେ ୭ଜଣ, ହାଟଡିହି ପଞ୍ଚାୟତରେ ୪ଜଣ, ସଢ଼ା, ମରୈଗାଁ, ସମଣା, ଢ଼େଙ୍‌କା, ବାଲିବରେଇ, ଆମ୍ବୋ, ସୁଲଣ ପଭୃତି ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.