Home କେନ୍ଦୁଝର ହାଟଡିହି ବ୍ଲକରେ ସ୍ୱାଧିନତା ଦିବସ ପାଳିତ

ହାଟଡିହି ବ୍ଲକରେ ସ୍ୱାଧିନତା ଦିବସ ପାଳିତ

157

ହାଟଡିହି -୧୫ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଡିଓ ଜୟଦେବ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ କରୋନା ମହାମାରୀ ଆମ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ଏକ ଉପଯୁକ୍ତ ଶିକ୍ଷା ଦେଲା । ସମସ୍ତେ ଏକଯୁଟ ହୋଇ ଳଢ଼ିଲେ ଯେତେବଡ ବିପଦକୁ ଟାଳି ପାରିବା ବୋଲି ମତବ୍ୟକ୍ତ କରିଥିଲେ । ବିଡିଓ ଜୟଦେବ ଦାସ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ୱାଧିନତା ଦିବସର ବକ୍ତବ୍ୟ ରଖିଥିଲେ । ଏହି କାର‌୍ୟ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ, ବ୍ଲକର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.