Home କେନ୍ଦୁଝର ହାଟଡିହି ବ୍ଲକରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

ହାଟଡିହି ବ୍ଲକରେ ପୁଣି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୪୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

107

ହାଟଡିହି . ୧୧/ ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୩ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ୪ଜଣ ସ୍ଥନୀୟ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଛେନାପଦିଛକର ବାସିନ୍ଦା ହୋଇଥିବାବେଳେ ଜଣେ ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ଜଣାଯାଇଛି । ଛେନାପଦିଛକର ଏହି ଆକ୍ରାନ୍ତ ମାନେ ଅସୁସ୍ଥ ହେବାରୁ ସେମାନେ ଗତ ୪ଦିନ ତଳେ ଭୁବନେଶ୍ୱର ଯାଇ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇ ଆସିଥିଲେ । ନମୁନା ରିପୋର୍ଟ ପଜେଟିଭ ଆସିଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଥିବା ଜଣାଯାଇଛି । ସେହିପରି ସଢ଼ା ପଞ୍ଚାୟତର ଜଣେ ଗୋଆ ଫେରନ୍ତା ଯୁବକ ସଢ଼ା ପଞ୍ଚାୟତର କ୍ୱାରେଣ୍ଟାଇନରେ ଥିବାବେଳେ ସେ ମଧ୍ୟ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମରୈଗାଁ ପଞ୍ଚାୟତର ଟିଏମସିରେ ଥିବା ଦୁଇ ଜଣ ବ୍ୟକ୍ତି ମଧ୍ୟ କରୋନାର ଆକ୍ରାନ୍ତ ହୋଇଥିବା ଜଣାପଡିବାପରେ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋସୋ ଠାରେ ଏକ ଶିବିର କରାଯାଇ ୪୮ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଏହିପରି ଶିବିର ମାନ ଆୟୋଜନ କରାଯାଇ ସ୍ୱାବ ନମୁନା ସଂଗ୍ରହ କରାଯିବ ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.