ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପ୍ରସମନ ସପ୍ତାହ ପାଳନ ଅବସରରେ ଏକ ସପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଉପସ୍ଥିତ ରହିବା ସହ ଶ୍ରବଣ କୁମାର ପରିଡା, ହରେକୃଷ୍ଣ ପ୍ରଧାନ, ଭୁବନେଶ୍ୱର ମହାପାତ୍ର, ଲକ୍ଷ୍ମଣ ସୋରେନ, ନିବୀନ ଚନ୍ଦ୍ର ନାୟକ, ସୁବଅତ କୁମାର ନାୟକ, ରାଜେଶ କୁମାର ସାହୁ, ପ୍ରସାନ୍ତ କୁମାର ସେଠୀ, ନିର୍ମଳ ଜେନା, ନରହରି ନାୟକ, ଜ୍ୟୋତି ରଞ୍ଜନ ମିଶ୍ର, ମିନାକ୍ଷୀ ମୋନାଲିସା, ମାନସୀ ନାୟକ, ସୁଦର୍ଶନ ଘଡେଇ, ବିନୋଦ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ବିପର୍ଯ୍ୟୟ ପ୍ରସମନ ସପ୍ତାହ ପାଳନ ଅବସରରେ ଯେ କୌଣସି ପ୍ରକାର ବିପର୍ଯ୍ୟୟ ସମୟରେ ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ମୋର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସହଯୋଗୀ ଦଳଙ୍କୁ ସାହାଯ୍ୟ କରିବି, ଏପରିକି ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ସପଥ ନେଇଥିଲେ ।







