ହାଟଡିହି, ୨୨ /୧୦- (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ୧୧ଜଣ ଆକ୍ରାନ୍ତ ବାହାରିବାପରେ ଏବେ ସଂଖ୍ୟା ଯାଇ ୪୬୬ରେ ପହଞ୍ଚିଲାଣି । ବିଶେଷତଃ ଏବେ କେବଳ ସ୍ଥାନୀୟ ସଂକ୍ରମଣ ବାହାରୁ ଥିବାବେଳେ ଲୋକମାନେ ଏଥିପ୍ରତି ଆଦୌ ସଚେତନ ହେଉ ନାହାନ୍ତି । ଅଧିକାଶଂ ଲୋକଙ୍କ ମୁହଁରେ ମାକ୍ସ ନଥିବାବେଳେ ସାମାଜିକ ଦୁରତା ମଧ୍ୟ ରଖୁ ନାହାନ୍ତି । ପୁଲିସ ପକ୍ଷରୁ ମଧ୍ୟ ମାସ୍କ ଚେକିଂ କରାଯାଉ ନାହିଁ । ଫଳରେ ଲୋକମାନେ କରୋନା ସଚେତନତା ପ୍ରତି ସେତେଟା ଗୁରୁତ୍ୱ ଦେଉ ନାହାନ୍ତି । ଏବେ ଗାଁ ଗାଁରେ ଥଣ୍ଡା, ଜ୍ୱର ବୃଦ୍ଧି ପାଉଥିବାବେଳେ ଟେଷ୍ଟିଂ ମଧ୍ୟ ବହୁ କମ ହେଉଛି । ଯଦି ଅଧିକ ଟେଷ୍ଟିଂ କରାଯାଆନ୍ତା ତେବେ ଏହି ସଂଖ୍ୟା ବହୁ ଗୁଣ ବଢ଼ି ଯିବାର ଆଶଙ୍କା କରାଯାଉଛି । ଗତ ୨୦ତାରିଖରେ ଅକରୁଆ ପଞ୍ଚାୟତରେ ୩ଜଣ, ଢ଼େଙ୍କାରେ ଜଣେ, ହାଟଡିହିରେ ଦୁଇଜଣ ଚିହ୍ନଟ ହୋଇଥିବାବେଳେ ଆଜି ଶାସଙ୍ଗ ପଞ୍ଚାୟତରେ ୪ଜଣ ଓ ଓରାଳି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଶ।।ଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି ।