Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୧୫ଆକ୍ରାନ୍ତ ଚିହ୍ନଟ

ହାଟଡିହି ବ୍ଲକରୁ ପୁଣି ୧୫ଆକ୍ରାନ୍ତ ଚିହ୍ନଟ

28

ହାଟଡ଼ିହି-୨୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଆଗ ଅପେକ୍ଷା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର ମୁନିସପାଲଟି ଓ ଯୋଡା ଅଞ୍ଚଳରେ ଏହା ଅଧିକ ସଂକ୍ରମିତ ହେଉଥିବାବେଳେ ହାଟଡିହିରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ତଳେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୫ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬୮ରେ ପହଞ୍ଚିଛି । ଆଜି ଡଅଁର ପଞ୍ଚାୟତରେ ୩ଜଣ, ହାଟଡିହି ପଞ୍ଚାୟତରେ ୩ଜଣ, ବଡରମ୍ପାସ ପଞ୍ଚାୟତରେ ଜଣେ, ଢ଼େଙ୍କା ପଞ୍ଚାୟତରେ ୩ଜଣ,ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ଦୁଇଜଣ, ବସନ୍ତିଆରେ ଜଣେ ଓ ଦୁଲାଖାପାଟଣାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୭୧ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ୩୧ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିବାବେଳେ ୪୦ଜଣଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ ୧୭ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୬ଜଣ ଅନ୍ୟ ରାଜ୍ୟର ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.