Home କେନ୍ଦୁଝର ହାଟଡିହି ଅଞ୍ଚଳରେ ଅଘୋଷିତ ସର୍ଟଡାଉନ

ହାଟଡିହି ଅଞ୍ଚଳରେ ଅଘୋଷିତ ସର୍ଟଡାଉନ

43

ହାଟଡିହି-୨୪ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ସାରା ରାଜ୍ୟର ସହରାଞ୍ଚଳ ଗୁଡିକରେ ସପ୍ତାହନ୍ତ ସର୍ଟଡାଉନ ଆରମ୍ଭ ହୋଇଥିବାବେଳେ ଏହାର ପ୍ରଭାବ ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ପଡିଛି । ନିକଟସ୍ଥ ଆନନ୍ଦପୁର ସହର ଓ ଭଦ୍ରକ ସହରରେ ସର୍ଟଡାଉନ ଯୋଗୁଁ ୫୩ନଂ ରାଜ୍ୟ ରାଜପଥରେ ଯାତ୍ରୀବାହୀ ବସ ଗୁଡିକ ଚଳାଚଳ ବନ୍ଦ ରହିଛି । କିଛି ମାତ୍ରାରେ ମାଲବାହୀ ଟ୍ରକ ଗୁଡିକ ଯାତାୟତ କରିଛନ୍ତି । ସେହିପରି ଛେନାପଦି ଡେଲି ମାର୍କେଟରେ ଆଜି ଗହଳି ପରିଲକ୍ଷିତ ହୋଇନାହିଁଁ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ପରିବା ବ୍ୟବସାୟୀମାନେ ଆସିନଥିବାବେଳେ ଚାଷୀମାନେ ମଧ୍ୟ ପରିବା ବିକ୍ରୀ କରିବାକୁ ମାର୍କେଟକୁ ଆସିନଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ ଶୁନଶାନ ଥିବାବେଳେ ଅଧିକାଶଂ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି । ସେହିପରି ହାଟଡିହି, ମରୈଗାଁ ଆଦି ଛକ ମାନଙ୍କରେ ମଧ୍ୟ ଖାଁ ଖାଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏ ଅଞ୍ଚଳରେ ସର୍ଟଡାଉନ ଘୋଷଣା ହୋଇନଥିଲେ ମଧ୍ୟ ସତେ ଯେପରି ଅଘୋଷିତ ସର୍ଟଡାଉନ ହୋଇଯାଇଛି ସେହିଭଳି ଲାଗୁଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.