Home କେନ୍ଦୁଝର ହାଟଡିହିରେ ୩୧୬ଜଣ ଛାତ୍ରଛାତ୍ରୀ ୩ୟଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ

ହାଟଡିହିରେ ୩୧୬ଜଣ ଛାତ୍ରଛାତ୍ରୀ ୩ୟଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ

30

ହାଟଡ଼ିହି, ୧୭ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ୩ୟଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୋଟ ୬ଗୋଟି ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୩୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଶାଳଣିଆଁ ପରୀକ୍ଷାକେନ୍ଦ୍ରରେ ୬୮ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେଇଥିବାବେଳେ ମରୈଗାଁରେ ୪୬ଜଣ, ସୋସୋରେ ୫୪ଜଣ, ବାଙ୍ଗୋରରେ ୪୭ଜଣ, ହାଟଡିହିରେ ୪୮ଜଣ, ରମ୍ପାସରେ ୫୩ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେଇଛନ୍ତି । ପ୍ରଧାନଶିକ୍ଷକ ଶଙ୍କର୍ଷଣ ଜେନା, ପୁର୍ଣ୍ଣଚନ୍ଦ୍ର ଜେନା, ରବିନ୍ଦ୍ର କୁମାର ସାହୁ, ମଞ୍ଜୁଲତା ରାଉତ, ମମତା ମଞ୍ଜରୀ ପାତ୍ର, ସତ୍ୟବ୍ରତ ଦାସ ପ୍ରମୁଖ କେନ୍ଦ୍ର ଅଧିକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିଲେ । ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ପରୀକ୍ଷାକେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.