Home କେନ୍ଦୁଝର ହାଟଡିହିରେ ‘ଭାରତ ବନ୍ଦ’ ପ୍ରଭାବ ହୀନ

ହାଟଡିହିରେ ‘ଭାରତ ବନ୍ଦ’ ପ୍ରଭାବ ହୀନ

75

ହାଟଡ଼ିହି-୨୬/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ନୁଆ କୃଷି ଆଇନି ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ହାଟଡିହି ବ୍ଲକ ଅଞ୍ଚଳରେ ପ୍ରଭାବହୀନ ହୋଇଛି । ଏଠାରେ ଚାଷୀ ମାନଙ୍କର ସେପରି ଦୃଢ଼ ସଂଗଠନ ନଥିବାବେଳେ ଏହି ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ପକ୍ଷରୁ ମଧ୍ୟ କୌଣସି ସ୍ଥାନରେ ପିକେଟିଂ କରାଯାଇ ନଥିଲା । ଫଳରେ ହାଟଡିହି, ଛେନାପଦି, ମରୈଗାଁ, ଶାଳଣିଆଁ, ବାଲିବରେଇ, ଢ଼େଙ୍କା ଆଦି ଅଞ୍ଚଳରେ ସମସ୍ତ ଦୋକାନ ବଜାର ଖୋଲାଥିବାବେଳେ ଆନନ୍ଦପୁର ଭଦ୍ରକ ରାସ୍ତାରେ ଯାତ୍ରୀବାହୀ ବସ୍ ବ୍ୟତିତ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ସ୍ୱଭାବିକ ଥିଲା । ତହସିଲ, ବ୍ଲକ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ଥିଲେ ମଧ୍ୟ ଲୋକମାନଙ୍କ ସେପରି ସମାଗମ ନଥିଲା । ନନ୍ଦିପଦା ଓ ସୋସୋ ଥାନା ପକ୍ଷରୁ ବିଭିନ୍ନ ଛକବଜାର ମାନଙ୍କରେ ପୁଲିସ ମୃତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.