Home କେନ୍ଦୁଝର ହାଟଡିହିରେ ପୁଣି ଜଣେ ପଜେଟିଭ ଚିହ୍ନଟ, ସୁସ୍ଥ ହେଲେ ଦୁଇ

ହାଟଡିହିରେ ପୁଣି ଜଣେ ପଜେଟିଭ ଚିହ୍ନଟ, ସୁସ୍ଥ ହେଲେ ଦୁଇ

392

ହାଟଡ଼ିହି, ୨୫ । ୫ : ହାଟଡିହି ବ୍ଲକରେ ଆଜି ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଇତିପୁର ପଞ୍ଚାୟତର ଜଣେ ୩୫ବର୍ଷୀୟ ତାମିଲନାଡୁ ଫେରନ୍ତା ଯୁବକ ଗତ ୧୯ତାରିଖ ଦିନ ଆସି ପହଞ୍ଚିବାପରେ ତାଙ୍କୁ ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଆଜି ତାଙ୍କର ସ୍ୱାବ ନମୁନା ପଜେଟିଭ ଆସିଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନରେ ଥିବାବେଳେ ଅସୁସ୍ଥ ହୋଇପଡିବାରୁ ଗତ ୧୯ତାରିଖ ଦିନ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ସହ ସନ୍ଦେହ ହେବାରୁ ତାଙ୍କୁ କେନ୍ଦୁଝର ଟିଏମସି କୁ ପଠାଇ ଦିଆଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜେଟିଭ ଆସିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ ପ୍ରକାଶ କରିଛନ୍ତି । ସେହିପରି ଢ଼େଙ୍କା କ୍ୱାରେଣ୍ଟାଇନ ସେଣ୍ଟରରୁ ଗତ ୧୨ତାରିଖରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଥିବାବେଳେ ସେହିଦିନ କୁଶଟିକିରି କ୍ୱାରେଣ୍ଟାଇନରେ ଆକ୍ରାନ୍ତ ହୋଇଥିବା ଯୁବକ ଜଣକ ମଧ୍ୟ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୁଚନା ଦେଇଛି । ଏବେସୁଧା ହାଟଡିହି ବ୍ଲକରେ ୯ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ଜଣ ସୁସ୍ଥ ହେଲେଣି ଓ ୬ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.