Home କେନ୍ଦୁଝର ହାଟଡିହିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

ହାଟଡିହିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

16

ହାଟଡିହି, ୧୫ । ୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ହାଟଡିହି ବ୍ଲକର ସମସ୍ତ ଅଞ୍ଚଳରେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଗରିବମାନେ ଶୋଷଣ ହେଉଥିବାବେଳେ ଗତ କିଛିଦିନ ହେଲା ଡିଜେଲ, ପେଟ୍ରୋ. ରନ୍ଧନଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୁଲ୍ୟବୃଦ୍ଧି ଓ ଚାଷୀ ସମସ୍ୟାକୁ ନେଇ ଆଜି ହାଟଡିହି ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବ୍ଲକ ସମ୍ମୁଖରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବପାରଗତାକୁ ନେଇ ଶ୍ଳୋଗାନ ମାନ ଦେଇଥିଲେ । ଏଥିପାଇଁ କଂଗ୍ରେସ କର୍ମୀମାନେ ମରୈଗାଁ ଛକ ଠାରୁ ବଞ୍ଚୋଛକ ଓ ଶାଳଣିଆଁ ଠାରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ସମସ୍ତ ଛକ ବଜାର ମାନଙ୍କରେ ପିକେଟିଂ କରି ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରାଇଥିଲେ । ବିଶେଷକରି ବ୍ଲକ, ତହସିଲ, ଟ୍ରେଜେରୀ, ବ୍ୟାଙ୍କ ଓ ଜେଏମଏଫସି କୋର୍ଟକୁ ବନ୍ଦ କରାଇଥିଲେ । ଏହି ବନ୍ଦ ଯୋଗୁଁ ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଆଜିର ଏହି ବନ୍ଦ ପାଳନରେ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ସ୍ୱାଇଁ, ଯୁବକଂଗ୍ରେସ ନେତା ମନୋଜ ଜେନା, କୃଷ୍ଣଚନ୍ଦ୍ର ଜେନା, ରବିନ୍ଦ୍ର ଜେନା, ହଦଗଡ ସରପଞ୍ଚ ଅଶୋକ ଜେନା, ଢ଼େଙ୍କା ସରପଞ୍ଚ ନିମାଇଁ ସାମଲ, ଶାଳଣିଆଁର ପୁର୍ବତନ ସରପଞ୍ଚ ଅନାଥ ନାୟକ, ବାବୁଲା କାଣ୍ଡି, ପ୍ରଦୀପ ବେହେରା, କୋଦଣ୍ଡ ଜେନା, ରବିନ୍ଦ୍ର ରାଉତ, ବୁଲୁ ରାଉତ,ରବିନ୍ଦ୍ର କୁମାର ମହାପାତ୍ର, ମାର୍କଣ୍ଡ ଜେନା, କାଠିଆ ଜେନା, ବୁଟୁ ମାଝୀ, ବୁଦ୍ଧଦେବ ଜେନା, ତାପସ ରାୟ, ସୁରଥ ମହାକୁଡ, ବାଇଧର ବେହେରା, ଗୋବିନ୍ଦ ବାରିକ, ନାରାୟଣ ସ୍ୱାଇଁ, ଅମରେଶ କୁମାର ଜେନା, ଉମାକାନ୍ତ ପଣ୍ଡା, ମାନସ ରଞ୍ଜନ ଜେନା, ପଦ୍ମନାଭ ମାଝୀ, ଅଜୟ ମହାପାତ୍ର, ସୁମନ୍ତ ନାୟକ, ହେମନ୍ତ ଜେନା, ରତ୍ନାକର ତ୍ରିପାଠୀ, ରାଜେଶ ଦାସ, ଚିନୁ ରାଉତଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.