ଭଦ୍ରକ ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଭଦ୍ରକର ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁସଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ହଠାତ୍ ଅସୁସ୍ଥ ହୋଇ ଭୁବନେଶ୍ୱରର କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାହା ଜଣାଯାଏ ବୟସାଧିକ କାରଣରୁ ସେ ବିଭିନ୍ନ ରୋଗରେ ପୀଡିତ ହୋଇ କିଛିଦିନ ହେବ ଘରେ ଚିକିତ୍ସା ହେଉଥିଲେ। ତେବେ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରସ୍ଥିତ କିମସ୍ ହସ୍ପିଟାଲକୁ ନିଆଯାଇଥିଲା। ସେ ସେଠାରେ ଏବେ ଆଇସିୟୁରେ ଥିବାର ଜଣାପଡିଛି। ଏହି ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରସ୍ଥିତ କିମସ୍ରେ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଅବଗତ ହେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।