ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚୌଦମହଲା ମୁସଲିମ ଜମାତ ର ସଭାପତି ତଥା ଶାନ୍ତି ସଦଦ୍ଭାବନା ନିମନ୍ତେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ହାଜି ମହମ୍ମଦ ଅବୁଦୁଲ ବାରି କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟ ଅସୁସ୍ଥ କାରଣରୁ ଉତମ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ “କିମ୍ସ ହସ୍ପିଟାଲ” କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରୁ ସ୍ଥାନାନ୍ତର ହୋଇଥିଲେ। ସମସ୍ତ ପ୍ରକାରର ଚିକିତ୍ସା ପରେ କିମ୍ସ ହସ୍ପିଟାଲ ରୁ ଡିସଚାର୍ଜ ହୋଇ ଭଦ୍ରକ ସ୍ଥିତ ନିଜ ବାସ ଭବନ କୁ ଫେରିବା ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବାସଭବନରେ ପହଂଚି ସିରତ କମିଟି ର ସଭାପତି ହାଜି ଅବଦୁଲ ମୁକିତ ଖାନ, ବରିଷ୍ଠ ନେତା ଏମ.ଡ଼ି. ଜକାଉଲ୍ଲା, ଅଶ୍ରାଫ୍ ଅଲ୍ଲୀ ଖାନ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୮ ପାରିଷଦ ସୟେଦ୍ ନାସେର ଅଲ୍ଲୀ, ବିଜେଡ଼ି ପୂର୍ବତନ ଟାଉନ୍ ସଭାପତି ବରିଷ୍ଠ ଅଧିବକ୍ତା ତାହେର ମହମ୍ମଦ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତି ରେ ପରିବାର ବର୍ଗଙ୍କ ଠୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।