Home ଜିଲ୍ଲା ପରିକ୍ରମା ହାଇୱା ଧକ୍କାରେ ଦାଦା ମୃତ, ଝିଆରୀ ଗୁରୁତର

ହାଇୱା ଧକ୍କାରେ ଦାଦା ମୃତ, ଝିଆରୀ ଗୁରୁତର

23

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହାଇୱା ଧକ୍କାରେ ଦାଦା ମୃତ, ଝିଆରୀ ଗୁରୁତର। ଏଭଳି ଘଟଣା ଘଟିଛି ଭଦ୍ରକ -ଆନନ୍ଦପୁର ରାଜ୍ୟ ରାଜପଥ ର ରାନ୍ଦିଆ ନିକଟରେ। ଆଜି ଭଦ୍ରକ ଗ୍ରାମାଂଚଳ ଥାନା ରାମକୃଷ୍ଣପୁର କୁଣ୍ଡଳା ଅଂଚଳର ଅଲେଖ ମୁଦୁଲି ରାଉରକେଲା ରୁ ନିଜ ଗାଁକୁ ଫେରୁଥିଲେ। ତେଣୁ ତାଙ୍କ ଝିଆରୀ ଭଦ୍ରକ ଷ୍ଟେସନ କୁ ଆସି ଦାଦା ଙ୍କୁ ନେଇ ଘରକୁ ଫେରୁଥିବା ବେଳେ ରାନ୍ଦିଆ ଛକ ନିକଟରେ ଏକ ହାଇୱା ଟ୍ରକ କୁ ଓଭର ଟେକ କରୁଥିବା ବେଳେ ବିପରୀତ ଦିଗରୁ ଏକ ଗାଡ଼ି ସାଇଟ ମାରିବା ଫଳରେ ଏହି ମୋଟର ସାଇକେଲ ଆରୋହୀ ଦାଦା ଟ୍ରକ ପଛ ଚକ ତଳେ ପଡ଼ି ଯିବାରୁ ଦାଦା ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଆରୀ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ଓ ସ୍ଥାନୀୟ ଲୋକମାନେ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ହେଉଥିବା ନେଇ ଅଭିଯୋଗ କରି ଉତେଜିତ ହୋଇ ରାସ୍ତା ରୋକ କରିଥିଲେ। ଘଟଣା ସ୍ଥଳରେ ଗ୍ରାମାଂଚଳ ଥାନା ଅଧିକାରୀ ଙ୍କ ସମେତ ଅତିରିକ୍ତ ଏସପି ପହଂଚି ଲୋକମାନଙ୍କୁ ବୁଝା ସୁଝା କରି ତଦନ୍ତ ଚଳାଇଛି। ତେବେ କ୍ଷତି ପୂରଣ ନ ଦେବା ପର୍ଯ୍ୟନ୍ତ ରାସ୍ତା ରୁ ହଟିବେ ନାହିଁ ବୋଲି ଗ୍ରାମର ସରପଂଚ ଓ ପରିବାର ଲୋକମାନେ କହିଛନ୍ତି। ଅନ୍ୟପଟେ ପୋଲିସ ଲୋକମାନଙ୍କୁ ବୁଝା ସୁଝା କରୁଛି। ରାସ୍ତା ରୋକ ଯୋଗୁଁ ଦୁଇ ସାଇଟ ରେ ଅନେକ ଗାଡ଼ି ଅଟକି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.