Home କେନ୍ଦୁଝର ହାଇୱା ଧକ୍କାରେ ‘ଆମ ଗାଁ ଆମ ବିକାଶ’ ଘର ଭାଙ୍ଗିଲା

ହାଇୱା ଧକ୍କାରେ ‘ଆମ ଗାଁ ଆମ ବିକାଶ’ ଘର ଭାଙ୍ଗିଲା

28

ହାଟଡ଼ିହି, ୧୦ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଡଙ୍ଗା ଧରମପୁର ଗ୍ରାମରେ ଏକ ହାଇୱା ଧକ୍କାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ର ଗୃହଟି ଭାଙ୍ଗି ଯାଇଛି । ଖବରରୁ ଜଣାଯାଇଛି ଯେ ଓଡି୨୨ଏଚ ୧୩୫୫ ନମ୍ବର ବିଶିଷ୍ଟ ହାଇୱା ଗାଡିଟି ସେଠାରେ ଧୋଇବା ପାଇଁ ଗାଡି ଚାଳକ ରଖିଦେଇଥିଲା । ଗାଡି ହେଲପରକୁ ଗାଡିର ଚାବି ଦେଇ ସେ ବାହାରକୁ ପଳାଇ ଆସିଥିବାବେଳେ ଗାଡିର ହେଲପର ଗାଡି ଧୋଇସାରି ଷ୍ଟାଟ ମାରିଦେବାରୁ ଗାଡିଟି ଗଡିଯାଇ ସମ୍ମୁଖରେ ଥିବା ଗୋଷ୍ଠୀକେନ୍ଦ୍ର ଘରଟିକୁ ଧକ୍କା ଦେଇଥିଲା । ସୌଭାଗ୍ୟ ବସତଃ ସେତେବେଳେ ସେହି ଘରେ କେହି ନଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘରଟିର ଗୋଟିଏପଟ କାନ୍ଥ ଭୁଷୁଡି ପଡିଥିବାବେଳେ ଘରଟି ଦୋହଲି ଯାଇଥିବା ଗାଁ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ହାଇୱା ଟ୍ରକଟିର ସମ୍ମୁଖ ଭାଗ ବିଶେଷ କ୍ଷତିଗ୍ରସ୍ଥ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.