Home ଅପରାଧ ହାଇଦ୍ରାବାଦ ଗ୍ୟାଙ୍ଗରେପ-ମର୍ଡର କେସରେ ନୂଆ ଖୁଲାସା : ୨ଜଣ ଅଭିଯୁକ୍ତ ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ...

ହାଇଦ୍ରାବାଦ ଗ୍ୟାଙ୍ଗରେପ-ମର୍ଡର କେସରେ ନୂଆ ଖୁଲାସା : ୨ଜଣ ଅଭିଯୁକ୍ତ ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ ସହିତ କରିଥିଲେ ଦୁଷ୍କର୍ମ ଏବଂ ପରେ ଜଳେଇ ମାରି ଦେଇଥିଲେ – ପୋଲିସ

1023

ହାଇଦ୍ରାବାଦ ୧୮-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦ ଗ୍ୟାଙ୍ଗରେପ-ମର୍ଡର କେସରେ ଆସିଛି ମୋଡ଼। ୨ଜଣ ଅଭିଯୁକ୍ତ ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ ଏବଂ ଜଲାଇ ମାରି ଦେଇଥିଲେ ବୋଲି ପୋଲିସ୍ କହୁଛି।

ହାଇଦ୍ରାବାଦ ରେପ ଏବଂ ମର୍ଡର (Hyderabad gang rape and murder) କେସ୍ ର ଜାଞ୍ଚ କରୁଥିବା ଅଧିକାରୀମାନେ ଏହା ଦାବି କରିଛନ୍ତିଯେ, ଦୁଇଜଣ ଅଭିଯୁକ୍ତ, ମହିଳା ଭେଟେନାରୀ ଡକ୍ଟର (Veterinary Doctor) ଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କୁ ରେପ କରିଥିଲେ ଏବଂ ତାଙ୍କୁ ଜଳାଇ ମାରି ଦେଇଥିଲେ।

ସାଇବରାବାଦ ପୋଲିସ ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ କର୍ଣ୍ଣାଟକରେ ସେହି ମହିଳାମାନଙ୍କର ସୂଚନା ଏକତ୍ର କରିବାରେ ଲାଗି ପଡ଼ିଛି। କୁହାଯାଇପାରେଯେ, ଏମାନଙ୍କ ମଧ୍ୟରେରେ କିଛି ଘଟଣା ତେଲେଙ୍ଗାନା-କର୍ଣ୍ଣାଟକର ସୀମାବର୍ତ୍ତୀ ଅଞ୍ଚଳରେ ହୋଇଥିଲା। ଜାଞ୍ଚ କରୁଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତିଯେ, କଷ୍ଟୋଡିକୁ ନେବା ପରେ ଆମର ଟିମ ତେଲେଙ୍ଗାନା ଏବଂ କର୍ଣ୍ଣାଟକ ହାଇୱେ ଉପରେ ମହିଳାମାନଙ୍କ ସହିତ ରେପ ଏବଂ ଜଳାଇ ମାରିଦେବା ଘଟଣାରେ ସେମାନଙ୍କର ଭୂମିକା ଜାଞ୍ଚ କରୁଥିଲେ। ଜାଞ୍ଚ ସମୟରେ ଦୁଇଜଣ ଅଭିଯୁକ୍ତ କହିଥିଲେଯେ, ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ନିଆଁରେ ଜାଳି ହତ୍ୟା କରିଥିଲେ। ଅଧିକାରୀ କହିଛନ୍ତି କି ଆମର ଟିମ ପ୍ରତ୍ୟେକ କେସକୁ ଜାଞ୍ଚ କରୁଛି। ସେଥିପାଇଁ ଅଲଗା-ଅଲଗା ଜାଗାକୁ ଆମ ଜାଞ୍ଚକର୍ତ୍ତାମାନଙ୍କର କେତେକ ଟିମ୍ ପଠାଯାଇଛି।

ତେଲେଙ୍ଗାନା ପୋଲିସ ଦାବା କରିଛି କି ଅଭିଯୁକ୍ତ ଆରିଫ ୬ଜଣ ମହିଳାଙ୍କ ସହିତ ଦୁଷ୍କର୍ମ ଏବଂ ତାଙ୍କୁ ହତ୍ୟା ହତ୍ୟା କରିଥିଲା, ଚେନ୍ନାକେଶବବୁଲୁ ତିନିଜଣ ମହିଳାଙ୍କ ସହିତ ବଳାତ୍କାର ଏବଂ ହତ୍ୟା କରିଥିଲା। ଜାଞ୍ଚ ଅଧିକାରୀଙ୍କ ମୁତାବିକ, ଅଭିଯୁକ୍ତମାନେ ଏହି ସମସ୍ତ ଘଟଣାକୁ ତେଲେଙ୍ଗାନାର ସଂଗା ରେଡ୍ଡୀ, ରଂଗା ରେଡ୍ଡୀ ଏବଂ ମେହେବୁବ ନଗର ହାଇୱେ ଏବଂ କର୍ଣ୍ଣାଟକର ସୀମାବର୍ତ୍ତୀ ସହର ଗୁଡ଼ିକରେ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.