Home Top News ହାଇଦ୍ରାବାଦରେ ରେଭ୍ ପାର୍ଟି ଉପରେ ରେଡ୍‌ : ୧୪୨ ଜଣ ଅଟକ ରଖାଯାଇଛି, ଏଥି ମଧ୍ୟରେ...

ହାଇଦ୍ରାବାଦରେ ରେଭ୍ ପାର୍ଟି ଉପରେ ରେଡ୍‌ : ୧୪୨ ଜଣ ଅଟକ ରଖାଯାଇଛି, ଏଥି ମଧ୍ୟରେ ଅନେକ ଅଭିନେତାଙ୍କ ପୁଅ ଝିଅ ମଧ୍ୟ ଅଟକ

38

ହାଇଦ୍ରାବାଦ ୩-୪ (ଓଡ଼ିଆ ପୁଅ) ହାଇଦ୍ରାବାଦରେ ଏକ ରେଭ୍ ପାର୍ଟି ଉପରେ ପୋଲିସ୍ ରେଡ୍ କରିଛି ଏବଂ ପ୍ରାୟ ୧୪୨ ଜଣଙ୍କୁ ଅଟକ ରଖାଯାଇଛି। ଏଥିରେ ଅନେକ ଭିଭିଆଇପି ଏବଂ ଅଭିନେତା, ରାଜନେତାଙ୍କର ପୁଅଝିଅ ମଧ୍ୟ ଅଛନ୍ତି। ହାଇଦ୍ରାବାଦ ପୋଲିସ ଟାସ୍କ ଫୋର୍ସ ବଞ୍ଜାରା ହିଲ୍ସ ଅଞ୍ଚଳର ଏକ ପାଞ୍ଚ ତାରକା ହୋଟେଲରେ ଏହି ରେଭ୍ ପାର୍ଟୀ ଉପରେ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ, ପୋଲିସ ଏଠାରୁ କୋକେନ ଏବଂ କେତେକ ନିଷିଦ୍ଧ ଡ୍ରଗ୍ସ ଉଦ୍ଧାର କରିଛି। ମେଗାଷ୍ଟାର ଚିରଞ୍ଜୀବୀଙ୍କ ଝିଆରୀ ତଥା ଅଭିନେତା ନାଗା ବାବୁଙ୍କ ଝିଅ ନିହାରିକା କୋନିଡେଲାଙ୍କୁ ମଧ୍ୟ ଅଟକ ରଖାଯାଇଛି। ତେବେ ନାଗାବାବୁ ଏକ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କ ପୁଅର ଡ୍ରଗ୍ସ ସହିତ କୌଣସି ସମ୍ପର୍କ ନାହିଁ। ପୂର୍ବରୁ ପୋଲିସ ଏ ସମ୍ପର୍କରେ ସୂଚନା ଦେଉନଥିଲା, କିନ୍ତୁ ଏକ ଭିଡିଓ ଭାଇରାଲ ହେବା ପରେ ନିହାରିକାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ପୋଲିସ୍ କୁ ଜଣାଇବାକୁ ପଡ଼ିଥିଲା।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଗ୍ ବସ୍ ତେଲୁଗୁ ରିଆଲିଟି ସୋ’ର ତୃତୀୟ ସିଜିନର ବିଜେତା ଗାୟକ ରାହୁଲ ସିପଲିଗୁଞ୍ଜ ମଧ୍ୟ ଅଛନ୍ତି। ବିଶେଷ କଥା ହେଉଛି, ନିଶା ସେବନ ବିରୋଧରେ ଗୀତ ୧୨ ଫେବୃଆରୀରେ ହାଇଦ୍ରାବାଦ ପୋଲିସ ଦ୍ୱାରା ଏକ ଗୀତ ଲଞ୍ଚ କରାଯାଇଥିଲା ଏହାକୁ ରାହୁଲ ସିପଲିଗୁଞ୍ଜ ଗାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଝିଅ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ତେଲୁଗୁ ଦେଶମ ପାର୍ଟିର ସାଂସଦଙ୍କ ପୁଅ ମଧ୍ୟ ରେଭ ପାର୍ଟିରେ ପହଞ୍ଚିଥିଲେ। ତେଲେଙ୍ଗାନା କଂଗ୍ରେସ ନେତା ଅଞ୍ଜନ କୁମାର ଯାଦବ କହିଛନ୍ତି ଯେ ତାଙ୍କ ପୁଅ ବର୍ଥ ଡେ ପାର୍ଟିରେ ଯୋଗଦେବା ପାଇଁ ଏକ ପବ୍ କୁ ଯାଇଥିଲା। ସେ କହିଛନ୍ତି ଯେ, ତାଙ୍କ ପୁଅକୁ ମିଥ୍ୟା ଅଭିଯୋଗ ଅଟକ ରଖାଯାଇଛି। ସେ କହିଛନ୍ତି ଯେ ସହରର ସମସ୍ତ ପବ୍ ବନ୍ଦ ହେବା ଉଚିତ୍।

ସୂଚନାଯୋଗ୍ୟଯେ, ନିକଟରେ ଡ୍ରଗ୍ସ ସେବନ ହେତୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.