Home କୋରାପୁଟ ହାଇଦ୍ରାବାଦରେ ଫସିଛନ୍ତି ଲକ୍ଷ୍ମୀପୁରର ୧୮ ଯୁବତୀ

ହାଇଦ୍ରାବାଦରେ ଫସିଛନ୍ତି ଲକ୍ଷ୍ମୀପୁରର ୧୮ ଯୁବତୀ

1539

କୋରାପୁଟ ; ତା୨୪-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଲକ୍ଷ୍ମୀପୁରର ୧୮ଜଣ ଯୁବତୀ ହାଇଦ୍ରାବଦରେ ଫସି ରହିଛନ୍ତି । ସେମାନଙ୍କୁ ମୁକୁଲାଇକୁ ଗ୍ରାମର କେତେକ ବ୍ୟକ୍ତି ହାଇଦ୍ରାବାଦ ଯାଇ ନିରାଶ ହୋଇ ଫେରିବା ପରେ ସ୍ଥାନୀୟ ସରପଂଚ ଯୁବତୀ ମାନଙ୍କ ଉଦ୍ଧାର ନିମନ୍ତେ ଥାନାର ଦ୍ୱାରସ୍ତ ହୋଇଛନ୍ତି । କିଛି ମାସ ପୂର୍ବେ ରାୟଗଡା ଜିଲା କଲରାଗଣା ଗ୍ରାମର ହାଜରି ପ୍ରାସ୍କା ଏବଂ ଦାଣ୍ଡିପୁର ଗ୍ରାମର ଗୋପୀ ନାମକ ଦୁଇଜଣ ଦଲାଲ ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଂଚାୟତର ପିସ୍କାଡାଙ୍ଗ ଓ ଚୁତୁକଣା ଗାଁକୁ ଆସିଥିଲେ । ରାୟଗଡାର ଜେକେପୁରରେ କାମ କରିବାକୁ କହିବା ସହ ସେମାନଙ୍କୁ ସ୍ଥାନୀୟ ଅଂଚଳ ଅପେକ୍ଷା ଅଧିକ ପାରିଶ୍ରମିକ ଦେବାକୁ ପ୍ରଲୋଭନ ଦେଖାଇଥିଲେ । ଦଲାଲ୍ ମାନଙ୍କ କଥାରେ ପଡି ଅଧିକ ରୋଜଗାର କରିବା ଆଶାରେ ପିସ୍କାଡାଙ୍ଗ ଗ୍ରାମର ଅଖବତୀ ପ୍ରାସ୍କା,ଚମ୍ପୀ ପ୍ରାସ୍କା,ପାର୍ବତୀ ପ୍ରାସ୍କା, ଜାମ୍ବ ପ୍ରାସ୍କା,ସୁଷମା ପ୍ରାସ୍କା,ସୋନାଇ କୁଲେଶିକା,ରିଙ୍କି ପ୍ରାସ୍କା,ଓ ସୁନା ପ୍ରାସ୍କାଙ୍କ ସହ ଚୁତୁକଣା ଗ୍ରାମର ୯ଜଣ ଯୁବତୀ କାମ କରିବାକୁ ବାହାରିଥିଲେ । ଦଲାଲମାନେ ସେମାନଙ୍କୁ ପ୍ରଥମେ ଜେକେପୁର ନେଇ ସେଠାରୁ ବିଜୟନଗରମ୍ ଓ ପରେ ହାଇଦ୍ରାବାଦ ନେଇ ଯାଇଥିବା ଯୁବତୀ ମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହାଇଦ୍ରାବାଦ ଠାରୁ ୨୦୦ କିଲୋମିଟର ଦୂର ଏକ ଇଟାଭାଟ୍ଟିରେ ଯୁବତୀମାନେ କାମ କରୁଥିବା ଜଣା ପଡିଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ସ୍ଥାନ ଜଣା ପଡିନଥିଲା । ଦୀର୍ଘ ଦିନ ଯାଏ ସେମାନଙ୍କ ସହ ଯୋଗାଯୋଗ ନହେବାରୁ ଗ୍ରାମର ଆରତ ପ୍ରାସ୍କା ଏବଂ ଗୋପୀ ପ୍ରାସ୍କା ନାମକ ଦୁଇଜଣ ଯୁବକ ହାଇଦ୍ରାବାଦ ଯାଇ ଯୁବତୀ ମାନଙ୍କୁ ବହୁ ଖୋଜାଖୋଜି କରିବା ପରେ ସେମାନେ ଏକ ଇଟାଭାଟ୍ଟିରେ କାମ କରୁଥିବା ଜାଣିବାକୁ ପାଇବା ସହ ସେହି ଦଲାଲ ଦୁଇଜଣ ଯୁବତୀ ମାନଙ୍କୁ ଇଟାଭାଟ୍ଟିରେ କାମରେ ଲଗାଇ ଇଟାଭାଟି ମାଲିକ ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଇ ଯାଇଥିବା ଜଣା ପଡିଥିଲା । ଯୁବତୀ ମାନେ ସେଠାରେ କାମ କରୁଥିବା ଓ ସମସ୍ତେ ଭଲରେ ଥିବା ଇଟ୍ାଭାଟ୍ଟି ମାଲିକ ଆରତ ଓ ଗୋପୀକୁ କହିଥିବାବେଳେ ଦଲାଲ୍ ନେଇଥିବା ଟଙ୍କା ପରିଶୋଦ୍ଧ ହେଲା ପରେ ଯବତୀ ମାନଙ୍କ ଛାଡିବାକୁ କହିବା ସହ ଯୁବତୀ ମାନଙ୍କ ସହ ସାକ୍ଷାତ କରାଇବାକୁ ଇଟାଭାଟ୍ଟି ମାଲିକ ରାଜି ହୋଇନଥିଲେ ବୋଲି ଆରତ ଏବଂ ଗୋପୀ ଗାଁକୁ ଫେରି ଆସି କହିଥିଲେ । ତେବେ ସେ ଗାଁକୁ ପରିଦର୍ଶନ ପାଇଁ ଯାଇଥିବାବେଳେ ଯୁବତୀ ମାନଙ୍କ ପରିବାର ଲୋକ ମୋତେ ଜଣାଇଥିଲେ ବୋଲି ପିପଳପଦର ସରପଂଚ ଦାମ ମାଣ୍ଡିଙ୍ଗା କହିବା ସହ ସମସ୍ତ ଯୁବତୀଙ୍କୁ ମୁକୁଳାଇବାକୁ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଗୁହାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.