Home କେନ୍ଦ୍ରାପଡ଼ା ହାଇକୋର୍ଟଙ୍କ ନିର୍ଦେଶରେ କଇଁଛ ସୁରକ୍ଷା ତଦନ୍ତ ଦିଶାହୀନ

ହାଇକୋର୍ଟଙ୍କ ନିର୍ଦେଶରେ କଇଁଛ ସୁରକ୍ଷା ତଦନ୍ତ ଦିଶାହୀନ

10

କେନ୍ଦ୍ରାପଡା, ୬ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗତ ଫେବୃଆରୀମାସ ୪ତାରିଖରେ ଦିଲ୍ଲୀରୁ ପ୍ରକାଶିତ ଡାଉନ ଟୁ ଆର୍ଥ ମାଗାଜିନରେ ଗହୀରମଥା ସାମୁଦ୍ରୀକ ଅଭୟାରଣ୍ୟ ଓ ତା’ର ନିକଟବର୍ତ୍ତୀ ବେଳାଭୂମୀରେ ୮ଶହରୁ ଉର୍ଦ୍ଧ୍ୱ କଇଁଛ ମୃତ୍ୟୁବରଣ କରିଥିବା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। ସେହି ଖବରକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମୁରଲୀଧର ଓ ବିଚାରପତି ବି.କେ. ରାଉତରାୟ ଗତ ଫେବୃଆରୀମାସ ୨୩ତାରିଖରେ ସୋମୋଟ ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ.ପି.ସି. ନଂ- ୭୧୧୮/୨୦୨୧ଦାୟରକରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜନଗରର ବନଖଣ୍ଡ ଅଧିକାରୀ, ରାଜ୍ୟ ମତ୍ସ୍ୟ ନିର୍ଦେଶକ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ କରିଥିଲେ। ହାଇକୋର୍ଟ ସେହି ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଏକ ୩ଜଣିଆ ବିଶିଷ୍ଟ କମିଟି କଇଁଛ ଗବେଷକ ଡଃ. କାର୍ତ୍ତିକ ଶଙ୍କର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶକ ଡଃ. ସୁଶାନ୍ତ ନନ୍ଦ ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଖୁବଶୀଘ୍ର ଗହୀରମଥା ଅଚଂଳ ଓ ଅନ୍ୟାନ୍ୟ ବେଳାଭୂମୀ ଗସ୍ତକରି ମାର୍ଚ୍ଚମାସ ୧୦ତାରିଖ ସୁଦ୍ଧା ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଗତ ଫେବୃଆରୀମାସ ୨୬ତାରିଖରେ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ୩ଜଣିଆ କମିଟିର ସଦସ୍ୟମାନେ ଡାଙ୍ଗମାଳ ଠାରେ ପହଁଚି କିଛି ସ୍ୱେଛାସେବୀ ସଂଗଠନ ଓ ମତ୍ସ୍ୟଜୀବି ସଂଗଠନର ନେତାମାନଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ସେମାନେ ଗହୀରମଥା ସାମୁଦ୍ରୀକ କଇଁଛ ଓ ହେନ୍ତାଳବଣ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ ରାଉତଙ୍କୁ ଭେଟିନଥିଲେ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ଶ୍ରୀ ରାଉତଙ୍କୁ ମଧ୍ୟ ଏ ସମ୍ପର୍କରେ କୈାଣସି ସୂଚନା ପ୍ରଦାନ କରାଯାଇନଥିଲା। ଶ୍ରୀ ରାଉତଙ୍କ ଅଭିଯୋଗକୁ ଭିତ୍ତିକରି ହାଇକୋର୍ଟ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ତଦନ୍ତକାରୀ କମିଟିର ସଦସ୍ୟମାନେ ଶ୍ରୀ ରାଉତଙ୍କୁ ନଭେଟିବା କମିଟିର ଗସ୍ତ ଓ ତଦନ୍ତ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। କଇଁଛ ସୁରକ୍ଷା ଓ ହେନ୍ତାଳବଣ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ଜଙ୍ଗଲ ବିଭାଗ ଓ ସ୍ୱେଛାସେବୀ ସଂଗଠନମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି। କଇଁଛ ସୁରକ୍ଷା ଓ ହେନ୍ତାଳବଣର ସୁରକ୍ଷା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଶ୍ରୀ ରାଉତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.